ଅଗଷ୍ଟ ୧୬ରେ ଆସିବେ ଉପରାଷ୍ଟ୍ରପତି

ଭୁବନେଶ୍ୱର : ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ ଆସନ୍ତା ଅଗଷ୍ଟ ୧୬ ତାରିଖରେ ଭୁବନେଶ୍ୱର ଆସିବେ। ମାତ୍ର ଦୁଇ ଘଣ୍ଟାର ଏହି ଗସ୍ତ ସମୟରେ ସେ ଏମ୍‌ସ୍‌ର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଲା ପରେ ଉପରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯିବ। ସେଠାରୁ ସେ କଡ଼ା ସୁରକ୍ଷା ବଳୟରେ ଏମ୍‌ସ୍‌ ଯିବେ। ତାହା ପରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ସଚିବାଳୟରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଉପରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଆବଶ୍ୟକ ସୁରକ୍ଷା ବନ୍ଦୋବସ୍ତର ସମୀକ୍ଷା କରିଥିଲେ। ଏଥିରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ପୁଲିସ୍‌ ବିଭାଗର ଅଧିକାରୀମାନେ ଯୋଗ ଦେଇ ସୁରକ୍ଷା ଓ ଅନ୍ୟାନ୍ୟ ବନ୍ଦୋବସ୍ତ ସମ୍ପର୍କରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର