କୋର୍ଟ ପରିସରରେ ଟଳି ପଡ଼ିଲେ ଅଭିଯୁକ୍ତ

କେନ୍ଦ୍ରାପଡ଼ା: ସ୍ଥାନୀୟ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର ହେବାକୁ ଆସିଥିବା ଅଭୟ ଓରଫ୍‌ ଟୁନିଆ ମଲ୍ଲିକ(୪୨) ନାମକ ଜଣେ ବ୍ୟକ୍ତି ଆଜି କୋର୍ଟ ପରିସରରେ ହଠାତ୍‌ ଟଳି ପଡ଼ିଥିଲେ। ତୁରନ୍ତ ଟୁନିଆଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଟୁନିଆଙ୍କ ଘର ମହାକାଳପଡ଼ା ବ୍ଲକ୍‌ ବଉଳକଣି ପଞ୍ଚାୟତର ବଡ଼ତୋଟା। ଏକ ପାଟନାଳୀ ଲିଜ୍‌କୁ ନେଇ ନିଜ ଅଞ୍ଚଳରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ସେ ଥିଲେ ଅନ୍ୟତମ ଅଭିଯୁକ୍ତ। ଆଜି ଏହି ମାମଲାରେ ଚାର୍ଜସିଟ୍‌ ବେଲ୍‌ ପାଇଁ ଏସ୍‌ଡ଼ିଜେଏମ୍‌ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ୩୧ ଜଣ ହାଜର ହୋଇଥିଲେ। ସେଠାରେ ଟୁନିଆ ଦସ୍ତଖତ ଦେଲା ବେଳକୁ ଟଳି ପଡ଼ିଥିଲେ। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଖବର ଲେଖା ହେଲାବେଳକୁ ଶବ ବ୍ୟବଚ୍ଛେଦ ପରେ ବି ସଂସ୍କାର କରାଯାଇନାହିଁ। ଅନ୍ୟପକ୍ଷରେ, ମୃତକଙ୍କ ପରିବାରବର୍ଗଙ୍କୁ ଦଶ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ପାଟନାଳୀ ପାଇଁ ଚାଷୀଙ୍କ ବିରୋଧରେ ରୁଜୁ ମିଥ୍ୟା ମାମଲା ପ୍ରତ୍ୟାହାର କରାଯାଉ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର