ପାକିସ୍ତାନ ଗଣମାଧ୍ୟମରେ ସହିଦ୍‌ଙ୍କ ଦାଦାଙ୍କୁ ଦେବାଶିଷଙ୍କ ଦୁର୍ବ୍ୟବହାର ଚର୍ଚା

ଭୁବନେଶ୍ବର : ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ଓଡ଼ିଆ ଯବାନ ମ‌େନାଜ ବେହେରାଙ୍କ ସଂପର୍କୀୟ ଦାଦାଙ୍କୁ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ତଣ୍ଟିଆମରା ଘଟଣା ଓଡ଼ିଶା ପାଇଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି। ଏଭଳି ଅଭାବନୀୟ ଘଟଣାର ଭାଇରାଲ୍‌ ହୋଇଥିବା ଭିଡିଓ କେବଳ ଓଡ଼ିଶା କି ଦେଶ ଭିତରେ ସୀମିତ ରହିନାହିଁ। ଏହା ଦେଶର ସୀମା ଡେଇଁ ପାକିସ୍ତାନ ଗଣମାଧ୍ୟମକୁ ବି ଚର୍ଚାର ଖୋରାକ୍‌ ଯୋଗାଇଛି। ଆଜି ପାକିସ୍ତାନର କିଛି ଟିଭି ଚ୍ୟାନେଲ୍‌ରେ ଘନ ଘନ ପ୍ରସାରିତ ହୋଇଛି ଏହି ଘଟଣା। ଅବଶ୍ୟ, ଏଭଳି ଦୃଶ୍ୟର ଫାଇଦା ଉଠାଇ ପାକିସ୍ତାନ ଗଣମାଧ୍ୟମ ଭାରତର ଦେଶପ୍ରେମ ଉପରେ ପ୍ରଶ୍ନ କରିଛି। ଦେବାଶିଷଙ୍କ ଏଭଳି ଆଚରଣ ବିଜେଡି ସହିତ ରାଜ୍ୟବାସୀଙ୍କୁ ଅପନିନ୍ଦିତ କରିଥିବାରୁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର