ଜ୍ଞାନେଶ୍ୱରୀ ସୁପର ଡିଲକ୍ସ ଏକ୍ସପ୍ରେସ ଟ୍ରେନରେ ସୁନା ଚାଲାଣ ଘଟଣା; ଗିରଫ ଦୁଇ ଜଣଙ୍କ ଭିଡିଓ ଜାରି କଲା କେନ୍ଦ୍ରୀୟ ଅବକାରୀ ବିଭାଗ

ଭୁବନେଶ୍ୱର: ଜ୍ଞାନେଶ୍ୱରୀ ସୁପର ଡିଲକ୍ସ ଏକ୍ସପ୍ରେସ ଟ୍ରେନରେ ସୁନା ଚାଲାଣ ଘଟଣାରେ ଗିରଫ ଦୁଇ ଜଣଙ୍କ ଭିଡିଓ ଜାରି କଲା କେନ୍ଦ୍ରୀୟ ଅବକାରୀ ବିଭାଗ। ଏବେ ଏହି ଦୁଇ ଜଣଙ୍କୁ ଜେରାରୁ ମିଳିବ ଅଧିକ ଖିଅ। କେଉଁଠାରୁ ସୁନା ଆଣିଥିଲେ, କେଉଁଠାକୁ ଚାଲାଣ ହେଉଥିଲା ତାର ଖିଅ ଖୋଜୁଛନ୍ତି ଅଧିକାରୀ। ଦୁଇ ଦିନ ତଳେ ଟ୍ରେନରେ ବଡ଼ ଧରଣର ସୁନା ଚାଲାଣ ବେଳେ ଏହାକୁ ଜବତ କରିଥିଲେ ରାଜସ୍ୱ ଗୁଇନ୍ଦା ବିଭାଗ ଅଧିକାରୀ।

ଟ୍ରେନରୁ ଜବତ ହୋଇଥିଲା ୧୨ କେଜି ୯୩୨ଗ୍ରାମର ସୁନା। ଏହି ସବୁ ସୁନା ବିସ୍କୁଟ ଆକାରରେ ଚାଲାଣ କରାଯାଉଥିଲା। ହାୱଡାରୁ ମୁମ୍ବାଇ ଯାଉଥିବା ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ଅଧିକାରୀ ମାନେ ଚଢ଼ାଉ ବେଳେ ଜବତ କରିଥିଲେ ୧୧୦ ଖଣ୍ଡ ସୁନା ବିସ୍କୁଟ। ଜବତ ସୁନାର ଆନୁମାନିକ ମୂଲ୍ୟ ଥିଲା ପ୍ରାୟ ୫ କୋଟି ଟଙ୍କା। ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ତନାଘନା କରିବା ପରେ ଆଜି ଗିରଫ ଦୁଇ ଜଣଙ୍କ ଭିଡିଓ ଜାରି କରିଛି ବିଭାଗ।

ସମ୍ବନ୍ଧିତ ଖବର