ଚୌଦ୍ବାରରୁ ପୁଣି ଭିଡିଓ : ବନ୍ଦୀଙ୍କୁ ନିସ୍ତୁକ ମାଡ଼, ପାଗଳା ଇଞ୍ଜେକ୍‌ସନ୍‌ର ଧମକ

ଜେଲ୍ କେଳେଙ୍କାରୀ

କଟକ : ରାଜ୍ୟରେ ଜେଲ୍ ବ୍ୟବସ୍ଥା କିଭଳି ହୁଗୁଳା ସ୍ଥିତିରେ ପହଞ୍ଚିଲାଣି, େସ େନଇ ଦିନକୁ ଚାଞ୍ଚଲ୍ୟକର ଅଭିେଯାଗ ହସ୍ତଗତ ହେବାରେ ଲାଗିଛି। କୌଣସି େଛାଟ େଜଲ୍ ନୁହେଁ, େଖାଦ୍ କଟକ ଚୌଦ୍ବାର ଜେଲ୍ ଭିତର କେଳେଙ୍କାରୀ ଯେ କୌଣସି ବ୍ୟକ୍ତିକୁ ଚକିତ କରିବ। ବନ୍ଦୀଙ୍କ ସେଲଫି ପ୍ରସଙ୍ଗକୁ ଫାଙ୍କି ଉଡାଇ ଦେବା ଲାଗି ଅଧିକାରୀମାେନ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଥିବାବେଳେ ଚୌଦ୍ବାର ଜେଲ୍ ଭିତରୁ ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି।

ପୂର୍ବରୁ କଏଦୀ କିଭଳି ଆରାମଦାୟକ ଜୀବନ ବିତାଉଥିଲେ, େସ ଫଟୋ ପଦାକୁ ଆସିଥିଲା।ଏବେ ଏକ ହତ୍ୟା ଅପରାଧରେ ସଜ୍ଜା କାଟୁଥିବା କଟକ ଅଲିଶା ବଜାର ଗୋପାଳ ସାହିର ସଂଜୟ ସାହୁଙ୍କ ଭିଡିଓ ସାମ୍ନାକୁ ଆସିଛି। ସେ ଦେଉଥିବା ସୂଚନା ଅନୁଯାୟୀ ଜେଲ୍ ଭିତରେ କଏଦୀ ବଂଶୀଧର ଜେଠୀଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଛି। ନିଶା କାରବାର ସଂପର୍କିତ ଭିଡିଓ ଭାଇରାଲ ଘଟଣାରେ ତାଙ୍କୁ ଓ କଏଦୀ ବିକାଶ ସାହୁଙ୍କୁ ନିସ୍ତୁକ ମାଡ଼ ମାରି ଅଲଗା ରଖାଯାଇଛି। ଏମିତିକି ପାଗଳା ଇଂଜେକ୍ସନ ଦେବାର ଧମକ ଦିଆଯାଉଛି। ପରିବାର ଲୋକଙ୍କୁ ଆଉ ଭେଟିବାର ସୁଯୋଗ ଦିଆଯାଉ ନାହିଁ। ଏହି ଘଟଣା ଆଜି କଟକରେ ଆଲୋଡ଼ନ ସୃଷ୍ଟି କରିଛି। ତେବେ େଗାଟିଏ ପରେ େଗାଟିଏ ଏଭଳି ଘଟଣା ସମଗ୍ର ରାଜ୍ୟର କାରାଗାର ଭିତର କେଳେଙ୍କାରୀକୁ ଲୋକଲୋଚନକୁ ଆଣୁଥିଲେ େହଁ, ରାଜ୍ୟ ସରକାର କୌଣସି ପଦକ୍ଷେପ ନେବା ଲାଗି ଆଗ୍ରହ େଦଖାଉନାହାନ୍ତି। କିଛି ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କର କହିବା କଥା େହଉଛି, େଜଲ୍ ଏକ ସମ୍ବେଦନଶୀଳ ସ୍ଥାନ। ଏଥିରେ ଅପେକ୍ଷାକୃତ ଦକ୍ଷ ବ୍ୟକ୍ତିକୁ ନିଯୁକ୍ତି କରାଯିବା କଥା। ମାତ୍ର ଯେଉଁମାେନ ନିଯୁକ୍ତି ପାଉଛନ୍ତି, ସେମାେନ ପ୍ରଭାବ ସୃଷ୍ଟି କରିବା ପରିବର୍ତେ ବିବାଦରେ ଫସୁଛନ୍ତି। ପରିଣାମ ହେଲା ଜେଲ୍ ବ୍ୟବସ୍ଥା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ରାଜ୍ୟ ସରକାର ଏହି ଘଟଣାର ନିରପେକ୍ଷ ତଦନ୍ତ ସହିତ େଜଲ୍ ସୁରକ୍ଷା ବ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିବା ଉଚିତ େବାଲି ଏହି ମହଲ ମତ ରଖିଛନ୍ତି।

କୌତୂହଳର କଥା େହଉଛି, ନିଜ ମୁଣ୍ଡରୁ େଦାଷ ଝା଼଼ଡିବା ପାଇଁ ଚୌଦ୍ବାର ସର୍କଲ ଜେଲ୍‌ର ଜେଲର ହେମନ୍ତ ସେଠୀ କହିଛନ୍ତି, ୨୦୧୫ରେ ଜେଲ୍ ଭିତରେ ଏକ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ସେହି ସମୟରେ ସାମ୍ବାଦିକ ମାନଙ୍କୁ ବି ଜେଲ୍ ଭିତରକୁ ଡକା ଯାଇଥିଲା। ତେଣୁ ସେମାନଙ୍କ ମୋବାଇଲ ଫୋନରେ ଏଭଳି ଫଟୋ ଉଠି ଥାଇ ପ‌ାରେ। ବର୍ତ୍ତମାନର ଜେଲ୍ ଅଧୀକ୍ଷକ ରବୀନ୍ଦ୍ରନାଥ ସ୍ବାଇଁ ମଧ୍ୟ ଏହା ୨୦୧୫ ବେଳର ‌ଫଟୋ ବୋଲି କହିଛନ୍ତି।

କିନ୍ତୁ ୨୦୧୫ରେ ଚୌଦ୍ବାର ଜେଲ୍ ଅଧୀକ୍ଷକ ତଥା ବର୍ତ୍ତମାନ ବାରିପଦା ସର୍କଲ ଜେଲ୍ ଅଧୀକ୍ଷକ ନିରଂଜନ ଦାସ ଏହାକୁ ସ୍ପଷ୍ଟ ଭାବେ ଅସ୍ବୀକାର କରିଛନ୍ତି। ଶ୍ରୀ ଦାସ କହିଛନ୍ତି ଯେ ତାଙ୍କର ଚାରି ବର୍ଷ କାର୍ଯ୍ୟକାଳ ଭିତରେ ସେ ଏ ପ୍ରକାର କୌଣସି କାର୍ଯ୍ୟକ୍ରମ ଆୟୋଜନ କରି ସାମ୍ବାଦିକମାନଙ୍କୁ ଡାକି ଭିତରକୁ ଯିବା ପାଇଁ ଅନୁମତି ଦେଇ ନଥିଲେ। ତେଣୁ ୨୦୧୫ରେ ଏଭଳି କେହି ଫଟୋ ଉଠାଇବା ଅସମ୍ଭବ। କଏଦୀଙ୍କ ମଧ୍ୟରେ ପ୍ରାୟ ସବୁ ବର୍ଷ କ୍ରିକେଟ, କ୍ୟାରମ ପ୍ରତିଯୋଗିତା ଅଥବା ଅନ୍ୟ କାର୍ଯ୍ୟକ୍ରମ ହୁଏ। କିନ୍ତୁ ସାମ୍ବାଦିକଙ୍କୁ ଜେଲ୍ ଭିତରକୁ ନେଇ ଏଭଳି କାର୍ଯ୍ୟକ୍ରମ କରାଯାଏ ନାହିଁ। ଅଧିକାରୀଙ୍କ ଭିତରେ ଦୋଷ ଲଦାଲଦି ଚାଲିଥିବା ବେଳେ ଚୌଦ୍ବାର ଜେଲ୍ ୱାର୍ଡର ବୀର କିଶୋର ବିଶ୍ବାଳଙ୍କୁ କୁଜଙ୍ଗ ଜେଲକୁ ଅଚାନକ ଡେପୁଟେସନରେ ପଠାଇ ଦିଆଯାଇଛି। ଏହାର କାରଣ ସଂପର୍କରେ ଜେଲ୍ କର୍ତ୍ତୃପକ୍ଷ କୌଣସି ସୂଚନା ଦେଉନାହାନ୍ତି। ତେବେ ଜେଲ୍ ଭିତରୁ ଭିଡିଓ ଓ ଫଟୋ ବାହାରକୁ ଆସିବା ଘଟଣା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳୁଛି।

ମନୋଜ ଛାବ୍ରାଙ୍କୁ ଜେଲ୍‌ର ଅତିରିକ୍ତ ଦାୟିତ୍ବ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ତଥା ଅତିରିକ୍ତ ଡିଜି ପାହ୍ୟାର ଅଫିସର ମନୋଜ କୁମାର ଛାବ୍ରାଙ୍କୁ ଜେଲ୍‌ ବିଭାଗର ଅତିରିକ୍ତ ଦାୟିତ୍ବ ଦେଇଛନ୍ତି। ଏ ସଂକ୍ରାନ୍ତରେ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀ ଛାବ୍ରା ସ୍ବତନ୍ତ୍ର ସଶସ୍ତ୍ର ବଳର ଏଡିଜି ଭାବେ କାର୍ଯ୍ୟ କରୁଛନ୍ତି। ଗତ ୩୦ ତାରିଖ ଦିନ ଜେଲ୍‌ ଡିଜି ରମେଶ ପ୍ରସାଦ ସିଂହ ଅବସର ନେବାପରଠାରୁ ଏହି ପଦବି ଖାଲି ପଡ଼ିଥିଲା।

ସମ୍ବନ୍ଧିତ ଖବର