ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଧନ ବୃତ୍ତି ଯୋଜନା

ଭୁବ‌େନଶ୍ବର : ସରୋଜିନୀ ଦାମୋଦରନ ଫାଉଣ୍ଡେସନ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଗ୍ରହଣ ନିମନ୍ତେ ବିଦ୍ୟାଧନ ବୃତ୍ତି ଯୋଜନା ପ୍ରଦାନ କରାଯାଉଛି। ଏହି ବୃତ୍ତି ପାଇବା ଲାଗି ୨୦୧୯ ମାଟ୍ରିକ୍‌ ପରୀକ୍ଷାରେ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ଏବଂ ୬୦ ପ୍ରତିଶତ ନମ୍ବର ରଖିଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ମନୋନୀତ ଛାତ୍ରଛାତ୍ରୀମା‌ନଙ୍କୁ ମାଧ୍ୟମିକ ଶିକ୍ଷା ପାଇଁ ବାର୍ଷିକ ୬ ହଜାର ଟଙ୍କାର ବୃତ୍ତି ପ୍ରଦାନ କରାଯିବ। ଯଦି ସମ୍ପୃକ୍ତ ଛାତ୍ରଛାତ୍ରୀ ଶିକ୍ଷାବର୍ଷରେ ଉତ୍ତମ ପ୍ରଦର୍ଶନ କରନ୍ତି, ଡିଗ୍ରୀ ପାଠ୍ୟକ୍ରମ ପାଇଁ ସେମାନଙ୍କୁ ୧୦ ହଜାରରୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଆଗ୍ରହୀ ଛାତ୍ରଛାତ୍ରୀମାନେ ଚଳିତ ମାସ ୩୧ ତାରିଖ ସୁଦ୍ଧା www.vidyadhan.org େୱବ୍‌ସାଇଟ୍‌ରେ ଆବେଦନ କରିପାରିବେ କିମ୍ବା ୭୯୭୮୪୬୭୮୦୮ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଏସ୍‌ଡି ଶିଶୁ ଲାଲ ଓ କୁମାରୀ ଶିବୁ ଲାଲଙ୍କ ଦ୍ବାରା ପ୍ରତିଷ୍ଠିତ ସରୋଜିନୀ ଦାମୋଦରନ୍‌ ଫାଉଣ୍ଡେସନ ବର୍ତ୍ତମାନ ସୁଦ୍ଧା ଦେଶର ୧୩ ହଜାର ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଓଡ଼ିଶାର ୧୦୦ ଜଣ ଉପକୃତ ହୋଇସାରିଛନ୍ତି। ସମ୍ପ୍ରତି ଏହି କାର୍ଯ୍ୟକ୍ରମ କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ, ପୁଡୁଚେରୀ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ଗୋଆ ଓ ଓଡ଼ିଶାରେ ଚାଲୁ ରହିଛି।

ସମ୍ବନ୍ଧିତ ଖବର