ଭିଜିଲାନ୍ସ ଜାଲରେ ଆର୍‌ଆଇ

ନୂଆପଡ଼ା/ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡିଆଳ ତହସିଲ ଅନ୍ତର୍ଗତ ବରଗାଁ ରାଜସ୍ୱ ନିରୀକ୍ଷକ (ଆର୍‌ଆଇ) କିଶୋର ଚନ୍ଦ୍ର ନାୟକ ୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଖଡ଼ିଆଳ ତହସିଲ ଘରଧରା ଗାଁର ମୁରଲୀଧର ରଣାଙ୍କ ଜମିର ସିଏମ୍‌ସି ୪/୨୧୮ ଧାରା ୧୪୪ ସିଆରପିସିର ତଦନ୍ତ ରିପୋର୍ଟ ଦେବା ପାଇଁ ଆର୍‌ଆଇ ଶ୍ରୀ ନାୟକ ୧୦ ହଜାର ଟଙ୍କା ମାଗିଥିଲେ। ପୂର୍ବ ଯୋଜନା ଅନୁସାରେ ମୁରଲୀ ମଙ୍ଗଳବାର ୩ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ଛପି ରହିଥିବା ଭିଜିଲାନ୍ସ ଅଧିକାରୀ ଆର୍‌ଆଇ ଶ୍ରୀ ନାୟକଙ୍କୁ ଧରିଥିଲେ। ଗିରଫ ପରେ ତାଙ୍କୁ ତାଙ୍କ ନୂଆପଡ଼ା ସ୍ଥିତ ଭଡ଼ାଘରକୁ ନେଇ ଅଧିକ ଛାନ୍‌ଭିନ୍‌ କରାଯାଇଥିଲା। ଆସନ୍ତାକାଲି ଆର୍‌ଆଇ ଶ୍ରୀ ନାୟକଙ୍କୁ କୋର୍ଟଚାଲାଣ କରାଯିବ।

ସମ୍ବନ୍ଧିତ ଖବର