ଭିଜିଲାନ୍ସ ଫରେଷ୍ଟ ୟୁନିଟ୍‌ର ଚଢ଼ାଉ; ୪୮ଲକ୍ଷ ଟଙ୍କାର ଚିପ୍ସ ଜବତ

କଟକ : କଟକ ଭିଜିଲାନ୍ସ ଫରେଷ୍ଟ ୟୁନିଟ୍‌ ପକ୍ଷରୁ ଟମକା ଫରେଷ୍ଟ ରେଞ୍ଜ୍‌ରେ ଚଢାଉ କରାଯାଇ ୫ଟି ଟ୍ରକ ସହ ପ୍ରାୟ ୪୮ ଲକ୍ଷ ଟଙ୍କାର ଗ୍ରାନାଇଟ୍‌ ଚିପ୍ସ ଜବତ କରାଯାଇଛି। ଜୁନ୍‌ ୩୦ ଓ ଜୁଲାଇ ୧ ତାରିଖରେ ଦୁଇଦିନ ଧରି ଏହି ଚଢାଉ ଚାଲିଥିଲା। ଚଢାଉ ବେଳେ ୩ଟି ଟ୍ରକ ଓ ୨ଟି ହାଇଓ୍ଵାରେ ଟିପ୍ସ ବୋଝେଇ ହୋଇଯାଉଥିବା ବେଳେ ଧରାପଡ଼ିଥିଲା। ହେଲେ ଚିପ୍ସ ଚାଲାଣ ସମ୍ପର୍କିତ କୌଣସି କାଗଜପତ୍ର ଦେଖାଇନପାରିବାରୁ ଭିଜିଲାନ୍ସ ଅଧିକାରୀମାନେ ତାହାକୁ ଜବତ କରିଥିଲେ। ଜବତ ଚିପ୍ସ ମୂଲ୍ୟ ୪୮ ଲକ୍ଷ ୧୭୨୬୦ ଟଙ୍କା ଆକଳନ କରାଯାଇଛି। ଏ ସଂକ୍ରାନ୍ତରେ ଟମକା ଫରେଷ୍ଟ ରେଞ୍ଜରେ ଏକ ମାମଲା ରୁଜୁ ହୋଇଛି। ପୂର୍ବରୁ ଆଠଗଡ଼ ଫରେଷ୍ଟ ରେଞ୍ଜରେ ଚଢାଉ କରାଯାଇ ୮୮ ହଜାର ୨୩୦ ଟଙ୍କା ମୂଲ୍ୟର ୨୧ଟି କାଠ ଗଣ୍ଡି ଜବତ କରାଯାଇଥିଲା।

ସମ୍ବନ୍ଧିତ ଖବର