ଝାରସୁଗୁଡା : ଆୟ ବର୍ହିଭୁତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଝାରସୁଗୁଡ଼ା ଜିଲ୍ଲା ପଞ୍ଚାୟତ ଅଫିସର ମୁଖ୍ୟ କିରାଣୀଙ୍କ ଘରେ ଶନିବାର ଭିଜିଲାନ୍ସ ଅତର୍କିତ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଅନେକ ମୂଲ୍ୟବାନ ସାମଗ୍ରୀ ଭିଜିଲାନ୍ସ ହାତରେ ଲାଗିଥିଲା।
ସୂଚନାଯୋଗ୍ୟ, ଝାରସୁଗୁଡ଼ା ଜିଲ୍ଲା ପଞ୍ଚାୟତ ଅଫିସର ମୁଖ୍ୟ କିରାଣୀ ବେଣୁଧର ଛଞ୍ଚାଣ ଝାରସୁଗୁଡ଼ା ବଢ଼େଇମୁଣ୍ଡା ଠାରେ ବସବାସ କରନ୍ତି। ତାଙ୍କର ପୈତୃକ ଗ୍ରାମ କୋଲାବିରା ବ୍ଲକ ଅଇତାପଡ଼ାରେ ବୋଲି ଜଣାପଡ଼ିଛି। ଶନିବାର ଭିଜିଲାନ୍ସ ଏକା ସାଙ୍ଗରେ ବେଣୁଧର ଛଞ୍ଚାଣ ରହୁଥିବା ଓ ତାଙ୍କ ପୈତୃକ ବାସଭାବନ ଦୁଇଟି ଘରେ ଅତର୍କିତ ଚଢ଼ାଉ କରିଥିଲା।
ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏହି ଚଢ଼ାଉ ଜାରି ରହିଥିଲା। ଚଢ଼ାଉ ସମୟରେ ଭିଜିଲାନ୍ସ ବେଣୁଧର ଛଞ୍ଚାଣଙ୍କ ଘରୁ ମୂଲ୍ୟବାନ ସାମଗ୍ରୀ ସହିତ ମୋବାଇଲ ଫୋନ୍, ସୁନାଗହଣା ସହିତ ନଗଦ ଟଙ୍କାର ଜବତ କରିଛି। ତେବେ କେତେ ଟଙ୍କାର ସଂପତ୍ତି ଭିଜିଲାନ୍ସ ବିଭାଗ ହାତରେ ଲାଗିଛି ତାହାର କୌଣସି ସୂଚନା ଏଯାବତ ମିଳି ପାରି ନାହିଁ।