ଅସୁସ୍ଥ ପ୍ରେମିକାକୁ ଦେଖା କରିବାକୁ ଆସିବା ପ୍ରେମିକକୁ ମହଙ୍ଗା ପଡ଼ିଲା, ଗ୍ରାମବାସୀ ଦୁହିଁଙ୍କୁ ଲଣ୍ଡା କରି ଭିଡିଓ କଲେ ଭାଇରାଲ, ମାମଲା ରୁଜୁ

କରଞ୍ଜିଆ: ଭିନ୍ନ ସଂପ୍ରଦାୟ ଜଣେ ଯୁବତୀଙ୍କୁ ପ୍ରେମ କରିବା ପ୍ରେମିକଙ୍କୁ ମହଙ୍ଗା ପଡ଼ିଛି। ଗାଁଲୋକେ ଯୁବକଙ୍କୁ ଧରି ମାଡ଼ ମାରିବା ସହିତ ଉଭୟ ପ୍ରେମିକ-ପ୍ରେମିକାଙ୍କୁ  ଲଣ୍ଡା କରି ଭିଡିଓ ଭାଇରାଲ କରି ଦେଇଥିଲେ। ଏମିତି ଅମାନବୀୟ ଘଟଣା କରଞ୍ଜିଆ ଥାନା ଅଞ୍ଚଳରେ ଘଟିଛି। ଉଭୟ ପ୍ରେମିକ ଓ ପ୍ରେମିକାଙ୍କୁ ଗୋଟିଏ ବନ୍ଦ କୋଠରୀ ଭିତରେ ରଖାଯାଇ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦିଆଯାଇଥିବା ଅଭିଯୋଗ ହୋଇଛି। ତେବେ ପୀଡ଼ିତା ଯୁବତୀ କରଞ୍ଜିଆ ଥାନାରେ ଲିଖିତ ଏତଲା ଦେବା ପରେ ପୁଲିସ ୨୧ଜଣଙ୍କ ନାଁରେ ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ, କରଞ୍ଜିଆ ସହରାଞ୍ଚଳର ଜଣେ ଗାଡ଼ି ଚାଳକ ନିକଟସ୍ଥ ଏକ ଗ୍ରାମର ଭିନ୍ନ ସଂପ୍ରଦାୟର ଜଣେ ଯୁବତୀଙ୍କୁ ଦୀର୍ଘ ଦିନ ଧରି ଭଲ ପାଉଥିଲେ। ଯୁବତୀ ମଧ୍ୟ ଯୁବକଙ୍କୁ ଭଲ ପାଇ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ଆଜି ଯୁବତୀ ଜଣକ ଅସୁସ୍ଥ ଥିଲେ। ଖବରପାଇ ତାଙ୍କ ଘରକୁ ପ୍ରେମିକ ଦେଖା କରିବାକୁ ଯାଇ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଥିଲେ। ଗାଁଲୋକେ ତାଙ୍କୁ ଧରି ନେଇ ପ୍ରେମିକାଙ୍କ ସହିତ ଗୋଟିଏ ନିବୁଜ କୋଠରୀ ଭିତରେ ପୁରାଇ ଦେଇଥିଲେ। ସେଠାରେ ଉଭୟଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପରେ ଯୁବକ-ଯୁବତୀଙ୍କୁ ଲଣ୍ଡା କରିଥିଲେ। ତେବେ ଏହି ଘଟଣା ବିଷୟରେ କୌଣସି ସୂତ୍ରରୁ ପୁଲିସ ଖବର ପାଇ ରାତି ଅଧରେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ପ୍ରେମୀଯୁଗଳଙ୍କୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର