ଛାତ୍ରୀଙ୍କୁ ଅସଦାଚରଣ ନେଇ ତୁମୁଳକାଣ୍ଡ : ପିଅନ, ପ୍ରଧାନଶିକ୍ଷକଙ୍କୁ ବାନ୍ଧି ନିସ୍ତୁକ ମାଡ଼

ବେତନଟୀ/ବୈଶିଙ୍ଗା :ମୟୂରଭଞ୍ଜ ଜିଲ୍ଲାରେ ବେତନଟୀ ଅନ୍ତର୍ଗତ ଏକ ଅନୁସୂଚିତ ଜାତି/ଜନଜାତି ହଷ୍ଟେଲରେ ଜଣେ ୯ ଶ୍ରେଣୀ ଛାତ୍ରୀଙ୍କ ପ୍ରତି ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଭିତ୍ତିକରି ଉତ୍ତ୍ୟକ୍ତ ଲୋକମାନେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଅଭିଯୁକ୍ତ ପିଅନଙ୍କୁ ଫାଟକରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ସହକାରୀ ଶିକ୍ଷକ ଓ ଅଙ୍ଗନବାଡ଼ି କର୍ମୀ ମଧ୍ୟ ବାଦ୍‌ ପଡ଼ିନାହାନ୍ତି। କେବଳ ସେତିକି ନୁହେଁ, ଉତ୍ତ୍ୟକ୍ତ ଲୋକେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବୈଶିଙ୍ଗା-ମାଣତ୍ରୀ ରାସ୍ତାକୁ ଅବରୋଧ କରିଛନ୍ତି। ଶାନ୍ତି ରକ୍ଷା ଲାଗି ଘଟଣାସ୍ଥଳରେ ୩ ପ୍ଲାଟୁନ୍ ପୁଲିସ ମୁତୟନ କରାଯାଇଛି।

ଘଟଣାରୁ ପ୍ରକାଶ , ବିଦ୍ୟାଳୟର ପିଅନ ରଘୁନାଥ ସାହୁ ଓରଫ ରବି ଅସଦାଚରଣ କରିଥିବା ନେଇ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ କାନ୍ଦିକାନ୍ଦି ପରିବାର ଲୋକଙ୍କୁ ଜଣାଇଥିଲେ। ଘଟଣା ଜଣାପଡ଼ିବା ପ‌େର ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ପିଅନ ରବି ଓ ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ମହାପାତ୍ରଙ୍କୁ ଫାଟକରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ ା ଏପରିକି ମହିଳାମାନେ ପ୍ରଧାନ ଶିକ୍ଷକଙ୍କୁ ଜୋତାରେ ମାଡ଼ ମାରିଥିଲେ ା ପ୍ରଧାନ ଶିକ୍ଷକ ଓ ପିଅନ ପ୍ରତି ସମବେଦନା ଜଣାଇବାକୁ ଆସି ଥିବା ଅନ୍ୟ ଜଣେ ସହକାରୀ ଶିକ୍ଷକଙ୍କୁ ମଧ୍ୟ ଲୋକମାନେ ମାଡ଼ ମାରିଥିଲେ ା ଉତ୍ତେଜନା ଖବର ପାଇ ପୁଲିସ୍‌ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ପିଅନକୁ ଉଦ୍ଧାର କରି ବୈଶିଙ୍ଗା ଥାନାରେ ଆଣି ଅଟକ ରଖିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ପୋଲିସ ଓ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକମାନେ ରାସ୍ତାରୋକରୁ ଓହରିଥିଲେ।

ସମ୍ବନ୍ଧିତ ଖବର