ଓଡ଼ିଶାର ଏହି ନଦୀ ପଠାରୁ ସୁନା ସଂଗ୍ରହ କରୁଛନ୍ତି ଗ୍ରାମବାସୀ, ମିଳୁଛି ଅସରନ୍ତି ବାଲି ସୁନା

ମାଲକାନଗିରି: ସୁନା ପ୍ରତି ପ୍ରତ୍ୟେକ ଭାରତୀୟଙ୍କର ଏକ ସ୍ୱତନ୍ତ୍ର ଆକର୍ଷଣ। ଲୋକଙ୍କ ଆକର୍ଷଣ କାରଣୁ ବର୍ଷ ଦିନେ ବଢ଼ି ବଢ଼ି ଚାଲିଛି ସୁନା ଦର। ତେବେ, ଆପଣଙ୍କୁ ଯଦି କୁହାଯାଏ କେଉଁ ନଦୀ ପଠାରୁ ସୁନା ମିଳୁଛି ତେବେ ଆପଣଙ୍କ ଆଖି ବଡ଼ ବଡ଼ ହୋଇଯିବ ନିଶ୍ଚୟ। ଆଜ୍ଞା ହଁ, ମାଲକାନଗିରିରେ ଏପରି ଦେଖିବାକୁ ମିଳିଛି।

ମାଲକାନଗିରିର ସୁନାଝରିଆ ଗାଁର ସବେରୀ ନଦୀ ପଠାରେ ଥିବା ବାଲି ଭିତରୁ ସୁନା ବାହାରୁଛି ବୋଲି ଖବର ହସ୍ତଗତ ହୋଇଛି। ଗ୍ରାମବାସୀଙ୍କ କହିବା କଥା ହେଲା ଗୋଟିଏ ସପ୍ତାହ ଭିତରେ ଏମାନଙ୍କୁ ପ୍ରାୟ ୧୦ରୁ ୧୫ ଗ୍ରାମ ସୁନା ମିଳିଯାଉଛି। ସେମାନେ ନଦୀପଠାରୁ ବାଲି ରାମ୍ପି ଆଣି ସେଥିରୁ ସୁନା ଖୋଜିବାରେ ଲାଗିପଡ଼ନ୍ତି।

ଏ ନେଇ ଏବେ ସୁଦ୍ଧା ସ୍ଥାନୀୟ ପ୍ରଶାସକ ଓ ବିଶେଷଜ୍ଞଙ୍କର କୌଣସି ପ୍ରତିକ୍ରିୟା ଆସିନାହିଁ। ସେଠାକାରେ ଲୋକେ କହୁଛନ୍ତି ଗୁଣ୍ଡି ସୁନାକୁ ନେଇ ସେମାନେ ଏକ ପ୍ରକ୍ରିୟାରେ ସୁନା ଖଣ୍ଡ ତିଆରି କରୁଛନ୍ତି ଓ ତାହାକୁ ସେମାନେ ୨୪ କ୍ୟାରେଟ୍‌ ସୁନା ବୋଲି ଦାବି କରୁଛନ୍ତି। ଏହାକୁ ସେମାନେ ବାଲି ସୁନା ବୋଲି କହୁଛନ୍ତି।

ସମ୍ବନ୍ଧିତ ଖବର