ବାପାଙ୍କ ମୃତ୍ୟୁ ପରେ ବି ଗ୍ରାମବାସୀଙ୍କ ବାରଣ ଯୋଗୁଁ ଗାଁରେ ପଶି ପାରିଲାନି ପୁଅ

ପଟ୍ଟାଙ୍ଗି : ନିଜ ପେଟକୁ ଦାନା ଯୋଗାଇବା ସହ ପରିବାର ପ୍ରତିପୋଷଣ ପାଇଁ ମୁଣ୍ଡ ଝାଳ ତୁଣ୍ଡରେ ମାରି ଆନ୍ଧ୍ରପ୍ରଦେଶର କାକିନାଡ଼ା ଯାଇ କୁଲି କାର୍ଯ୍ୟରେ ନିୟୋଜିତ ଥିଲେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତ ସିଶାଗୁଡା ଗ୍ରାମର ଯୁବକ ଜଗୁଲୁ ରୁଆ(୨୨)। ବର୍ତ୍ତମାନ ଲକ୍‌ଡାଉନ୍‌ ପାଇଁ ସେ ଫସି ରହିଛନ୍ତି। ଗତ ଶନିବାର ଜୁଗୁଲୁ ତାଙ୍କ ବାପାଙ୍କ ଦେହାନ୍ତ ଖବର ଗ୍ରାମବାସୀଙ୍କଠାରୁ ପାଇଥିଲେ। ଏ ପରିସ୍ଥିତିରେ ଖାଇବା ପିଇବା ତ ଦୂରର କଥା କେମିତି ଘରେ ପହଞ୍ଚିବେ ସେଥିପାଇଁ ଆଉ କିଛି ଶ୍ରମିକଙ୍କ ସହ ସାଙ୍ଗ ହୋଇ ଚାଲି ଚାଲି ଗତକାଲି ରାତିରେ ପଟ୍ଟାଙ୍ଗିରେ ପହଞ୍ଚିଥିଲେ। ମାତ୍ର ସେ ପହଞ୍ଚିବା ଖବର ପାଇବା ପରେ ଗ୍ରାମବାସୀ ତାଙ୍କର ଗ୍ରାମରେ ପ୍ରବେଶ ନେଇ ବାରଣ କରିଛନ୍ତି। ଏଥିରେ ସେ କ୍ରୋଧାନ୍ବିତ ହେବା ସହ କାନ୍ଦ କାନ୍ଦ ହୋଇ ବାପାଙ୍କ ଚାରି ଦିନିଆରେ ମଧ୍ୟ ଯୋଗ ଦେଇପାରିଲି ନାହିଁ ବୋଲି ପ୍ରକାଶ କରିଛନ୍ତି। ଗାଁ ପାଖରେ ଥାଇ ମଧ୍ୟ ଘରକୁ ଯାଇ ପାରିଲି ନାହିଁ ବୋଲି ଦୁଃଖରେ ଜଗୁଲୁ ପ୍ରକାଶ କରିବା ସହ ବର୍ତ୍ତମାନ ପ୍ରଶାସନ ଯେଉଁଠି ରଖିବ; ସେ ସେଇଠି ରହିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର