ଆନ୍ଦୋଳନରୁ ଓହରିଲା ଜେଡିଏ, ଦାୟିତ୍ବ ନେଲେ ପ୍ର. ମହାପାତ୍ର

ଡା. ପୂଜାହାରୀଙ୍କୁ ଛୁଟିରେ ପଠାଇବା ନେଇ ପ୍ରତିକ୍ରିୟା, ପ୍ରତିବାଦ ସଭା ଓ ରିଲେ ଅନଶନ, ୧୦ରେ ବୁର୍ଲା ବନ୍ଦ

ସମ୍ବଲପୁର : ନିର୍ଦ୍ଦେଶକ ପ୍ର. ଅଶ୍ବିନୀ ପୂଜାହାରୀଙ୍କୁ ଛୁଟିରେ ଯିବାକୁ ସରକାର ନିର୍ଦ୍ଦେଶ ଦେବା ପରେ ଦୀର୍ଘ ୨୧ ଦିନ ଧରି ଚାଲିଥିବା ଭିମ୍‌ସାର୍‌ ଛାତ୍ର ଆନ୍ଦୋଳନ ଶନିବାର ଶେଷ ହୋଇଛି। ଶନିବାର ଦିନ ୨ଟାରୁ କନିଷ୍ଠ ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେହିପରି ସୋମବାରଠାରୁ ୟୁଜି ଛାତ୍ରଛାତ୍ରୀମାନେ ଶ୍ରେଣୀରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ଶନିବାରଠାରୁୁ ନିର୍ଦ୍ଦେଶକ ପୂଜାହାରୀ ଛୁଟିରେ ରହିଥିଲାବେଳେ ଅପରାହ୍‌ଣରେ ପ୍ର. ପ୍ରକାଶ ଚନ୍ଦ୍ର ମହାପାତ୍ର ବୁର୍ଲା ପହଞ୍ଚି ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଅପର ପକ୍ଷରେ ପ୍ର. ପୂଜାହାରୀଙ୍କୁ ଛୁଟିରେ ପଠାଯିବା ବିରୋଧରେ ସମ୍ବଲପୁର ଓ ବୁର୍ଲାରେ ତୀବ୍ର ପ୍ରତିକ୍ରିୟା ଜାରି ରହିଛି। ଏହା ପଛରେ ରାଜନୈତିକ ଅଭିସନ୍ଧି ରହିଥିବା ଅଭିଯୋଗ କରି ବିଭିନ୍ନ ସଂଗଠନ ପକ୍ଷରୁ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏବଂ ସ୍ଥାନୀୟ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ବୁର୍ଲାରେ ନିର୍ଦ୍ଦେଶକଙ୍କୁ ଛୁଟିରେ ପଠାଯିବା ପ୍ରତିବାଦରେ ରିଲେ ଅନଶନ ଆରମ୍ଭ ହୋଇଥିବାବେଳେ ୧୦ ତାରିଖ ସୋମବାର ଦିନ ବୁର୍ଲା ବନ୍ଦ ଡାକରା ଦିଆଯାଇଛି।

ସମ୍ବନ୍ଧିତ ଖବର