ପୁରୀ ବନ୍ଦବେଳେ ହିଂସା ଘଟଣା : ଆଉ ୨ ଅଭିଯୁକ୍ତ ଗିରଫ

ପୁରୀ : ଗତ ୩ ତାରିଖ ଦିନ ପୁରୀ ବନ୍ଦ ପାଳନ ସମୟରେ ବ୍ୟାପକ ଭଙ୍ଗାରୁଜା କରିବା ଅଭିଯୋଗରେ ଆଜି ସିଂହଦ୍ବାର ଥାନା ପୁଲିସ ପୁଣି ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହି ୨ ଜଣ ହେଲେ ମାଟିମଣ୍ଡପ ସାହିର ରୁପେଶ ଦାସ(୩୫) ଓ ‌ବାସେଳି ସାହି ଥାନା ଅନ୍ତର୍ଗତ ଲୋକନାଥ ରୋଡ୍‌ର ଜଗନ୍ନାଥ ମିଶ୍ର। ପୁଲିସ୍‌ କହିଛି ଯେ, ଏହି ୨ ଜଣ ଘଟଣାଦିନ ଶ୍ରୀମନ୍ଦିର ପ୍ରଶାସନର ସୂଚନାକେନ୍ଦ୍ରକୁ ଭଙ୍ଗାରୁଜା କରିଥିବା କ୍ଲୋଜସର୍କିଟ୍ କ୍ୟାମେରାର ଫୁଟେଜ୍‌ ଯାଞ୍ଚ ପରେ ଜଣାପଡ଼ିଥିଲା। ତେଣୁ ଦୁଇ ଜଣଙ୍କୁ ଆଜି ଗିରଫ କରାଯାଇଛି ବୋଲି ସିଂହଦ୍ବାର ଥାନା ପୁଲିସ୍‌ କହିଛି।

ସମ୍ବନ୍ଧିତ ଖବର