ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ : ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲରେ ଭର୍ତ୍ତି

କଲେଜ ନିର୍ବାଚନକୁ ନେଇ ଗୋଷ୍ଠୀକନ୍ଦଳ ତୀବ୍ର

ପାରାଦୀପ : ଛାତ୍ରସଂସଦ ନିର୍ବାଚନକୁ କେନ୍ଦ୍ରକରି ଜଗତ୍‌ସିଂହପୁର ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି। ଏହାର ଏକ ଉଗ୍ରରୂପ କୁଜଙ୍ଗଠାରେ ଦେଖିବାକୁ ମିଳିଛି। ଗୋଟିଏ ଛାତ୍ରଗୋଷ୍ଠୀ ଅପର ଗୋଷ୍ଠୀର ଜଣେ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଆକ୍ରମଣ ଫଳରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଏହି ଛାତ୍ର ଜଣଙ୍କ ଦଳର ଜିଲ୍ଲା ସଭାପତି ତଥା ରାଜ୍ୟ ଯୋଜନାବୋର୍ଡ଼ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ସମର୍ଥକ ବୋଲି ଜଣାପଡ଼ିଛି।

ଜିଲ୍ଲା ଅନ୍ତର୍ଗତ ତିର୍ତ୍ତୋଲ, ପାରାଦୀପ ଭଳି କେତେକ ପ୍ରମୁଖ କଲେଜରେ ବିଜେଡ଼ି ଏକପ୍ରକାର ଦୁଇ ଭାଗ ହୋଇ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲା। ଏହାର ଫଳାଫଳକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ତିକ୍ତତା ଘନୀଭୂତ ହୋଇଛି। କୁଜଙ୍ଗ କଲେଜ ନିର୍ବାଚନକୁ ନେଇ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ବିଜୁ ଛାତ୍ର ଜନତା ଦଳର ମୋଟ୍‍ ୯ ଜଣ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ। ଅନ୍ୟପଟେ ବିଜେଡିର ଅନ୍ୟ ଏକ ଶିବିର ସମର୍ଥନରେ ୭ଜଣ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ।

ଗତକାଲି ଅପରାହ୍ନରେ ଉକ୍ତ ଛାତ୍ର ଗୋଷ୍ଠୀର ଏକ ଶୋଭାଯାତ୍ରା ଚାଲିଥିଲା। କୁଜଙ୍ଗ-ବଳରାମପୁର ରାସ୍ତାରେ ଥିବା ଏକ ଗାଡ଼ି ସୋ’ରୁମ୍‍ ନିକଟରେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ର ରାକେଶ ପଲାଇ ଠିଆ ହୋଇଥିଲେ। ଏହି ସମୟରେ ଅପରଗୋଷ୍ଠୀର କେତେଜଣ ଯୁବକ ରାକେଶଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ସେମାନେ ରାକେଶଙ୍କ ମୁଣ୍ଡ, କାନ ଓ ଗୁପ୍ତାଙ୍ଗରେ ଆଘାତ କରିଥିଲେ। ଏକୁଟିଆ ଥିବାରୁ ରାକେଶ ସେମାନଙ୍କ ସାମ୍ନା କରି ପାରିନଥିଲେ ଓ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନା ପଠାଯାଇଛି। ଏ ନେଇ କୁଜଙ୍ଗ ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏହି ଘଟଣାକୁ ନେଇ ବିଜେଡିର ଦୁଇଗୋଷ୍ଠୀ ଛକାପଞ୍ଝା ଅବସ୍ଥାରେ ଅଛନ୍ତି। ଆକ୍ରମଣର ଶିକାର ହୋଇଥିବା ଗୋଷ୍ଠୀ ଏ ସମ୍ପର୍କରେ ଜିଲ୍ଲା ସଭାପତି, ରାଜ୍ୟ ଛାତ୍ର ସଭାପତି ଓ ବିଜେଡି ସୁପ୍ରିମୋଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି। ଅପରପକ୍ଷେ, ଆକ୍ରମଣକାରୀଙ୍କ ବିରୁଦ୍ଧରେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁଜଙ୍ଗ ଥାନାଧିକାରୀ ବିଚିତ୍ରାନନ୍ଦ ସାମଲ କହିଛନ୍ତି।

ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନା ପଠାଯାଇଛି। ଏ ନେଇ କୁଜଙ୍ଗ ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ବିଜେଡିର ଦୁଇଗୋଷ୍ଠୀ ଛକାପଞ୍ଝା ଅବସ୍ଥାରେ ଅଛନ୍ତି। ଆକ୍ରମଣର ଶିକାର ହୋଇଥିବା ଗୋଷ୍ଠୀ ଏ ସମ୍ପର୍କରେ ଜିଲ୍ଲା ସଭାପତି, ରାଜ୍ୟ ଛାତ୍ର ସଭାପତି ଓ ବିଜେଡି ସୁପ୍ରିମୋଙ୍କୁ ଅବଗତ କରାଇଥିବା ବେଳେ ଆକ୍ରମଣକାରୀଙ୍କ ସୂଚନା ଖୁବ୍‌ଶୀଘ୍ର ମିଳିଯିବ ବୋଲି କୁଜଙ୍ଗ ଥାନାଧିକାରୀ ବିଚିତ୍ରାନନ୍ଦ ସାମଲ କହିଛନ୍ତି।

ସମ୍ବନ୍ଧିତ ଖବର