ଭଦ୍ରକରେ ପୁଣି ହିଂସା: ୨ ଗୋଷ୍ଠୀର ୪ ଯୁବକ ଅଟକ, ଶାନ୍ତି ପାଇଁ ପୁଲିସର ଉଦ୍ୟମ ଜାରି

ଭଦ୍ରକ: କିଛି ଦିନର ନିରବତା ପରେ ଭଦ୍ରକ ଜିଲ୍ଲାକୁ ପୁଣି ଥରେ ହିଂସା ଫେରିଛି। ଏଥର ଜିଲ୍ଲାର ଧାମନଗରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମହୋତ୍ସବ ପାଇଁ ସଜା ଯାଇଥିବା ଆଲୋକ ମାଲା ଖୋଲା ଯାଉଥିବା ବେଳେ ଶନିବାର ସନ୍ଧ୍ୟାରେ ୨ଜଣ ବାଇକ ଆରୋହୀଙ୍କ ମୁଣ୍ଡରେ ତାର ଲାଗିବାରୁ ସାମାନ୍ୟ ଝଗଡ଼ା ହୋଇଥିଲା। ଏହି ଘଟଣାକୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ସମାଧାନ କରାଯିବା ପରେ ଏକ ଗୋଷ୍ଠୀର ପ୍ରାୟ ଦେଢ଼ ଶହ ଲୋକ ପୁଣି ଥରେ ଝଗଡ଼ା ଆରମ୍ଭ କରି ଦେଇଥିଲେ।

ସୂଚନା ମିଳିବା ପରେ ଜିଲ୍ଳାପାଳ ଜ୍ଞାନ ଦାସ, ଆରକ୍ଷୀ ଅଧୀକ୍ଷକ ଅନୂପ ସାହୁ, ଭଦ୍ରକ ଟାଉନ ଥାନା ଅଧିକାରୀ ମନୋଜ ରାଉତ ଓ ଅନ୍ୟ ପୁଲିସ ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚିଥିଲେ। ପରିସ୍ଥିତିକୁ ନଜରରେ ରଖି ଶାନ୍ତି କମିଟି ଡକାଯାଇଥିଲା। ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ୨ଟି ଅଭିଯୋଗ ହୋଇଥିବା ବେଳେ ଶାନ୍ତି ଫେରାଇ ଆଣିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି। ରିପୋର୍ଟ ଲେଖା ଯିବା ବେଳକୁ ୪ଜଣକୁ ଅଟକ ରଖାଯାଇଥିବା ବେଳେ ୩ ପ୍ଲାଟୁନ ପୁଲିସ ମୁତୟନ ଅଛନ୍ତି।

ସମ୍ବନ୍ଧିତ ଖବର