ନାବାଳିକା ଛାତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ : ପରିବାର ଥାନାର ଦ୍ୱାରସ୍ଥ, ପୁଲିସର ତଦନ୍ତ ଆରମ୍ଭ

କଣ୍ଟିଲୋ : କଣ୍ଟିଲୋ ସମେତ ଆଖପାଖ ଅଂଚଳରେ ଜଣେ ଛାତ୍ରୀ ସହ ଜଣେ ଛାତ୍ରଙ୍କ ଅନ୍ତରଙ୍ଗ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଭିଡିଓଟି ଏହି ଅଂଚଳରେ ୪-୫ ଦିନ ହେଲା ଭାଇରାଲ୍‌ ହେବା ପରେ ଛାତ୍ରୀଙ୍କ ପରିବାର ପକ୍ଷରୁ ଖଣ୍ଡପଡ଼ା ଥାନାରେ ଅଭିଯୋଗ କରାଯାଇଛି। ତେବେ ଏ ନେଇ କାହାରିକୁ ଗିରଫ କରାଯାଇନଥିବା ବେଳେ ଅନୁସନ୍ଧାନ ଜାରି ରହିଥିବା ଖଣ୍ଡପଡ଼ା ଥାନା ଅଧିକାରୀ ବିମଲ କୁମାର ମଲ୍ଲିକ ସୂଚନା ଦେଇଛନ୍ତି। ଘଟଣାରୁ ପ୍ରକାଶ, ଗତ ୪-୫ ଦିନ ତଳେ କଣ୍ଟିଲୋ ଅଂଚଳରେ ଏହି ଛାତ୍ର ଓ ଛାତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍‌ ହୋଇିଥିଲା। ଭିଡିଓରେ ନାବାଳିକା ଛାତ୍ରୀ ଜଣକ ସ୍ଥାନୀୟ ଏକ ମହାବିଦ୍ୟାଳୟର +୨ ପ୍ରଥମ ବର୍ଷର ଛାତ୍ରୀ ଓ ସମ୍ପୃକ୍ତ ଛାତ୍ର ଜଣକ ବି ସେହି କଲେଜର +୩ ଦ୍ୱିତୀୟ ବର୍ଷ ଛାତ୍ର ବୋଲି ଜଣାପଡ଼ିଛି। ଏହି ଘଟଣା ପ୍ରଘଟ ହେବା ପରେ ନାବାଳିକା ଛାତ୍ରୀଙ୍କ ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର