ନୟାଗଡ଼ : ସୋସିଆଲ ମିଡିଆରେ ପ୍ରେମୀଯୁଗଳଙ୍କ ଭିଡିଓକୁ ନେଇ ପୁଣି ଚର୍ଚାରେ ନୟାଗଡ଼। କିଛି ମାସ ତଳେ କଣ୍ଟିଲୋ ଅଞ୍ଚଳରେ ଜଣେ ଛାତ୍ରୀଙ୍କ ସେକ୍ସ ଭିଡିଓକୁ ନେଇ ବେଶ୍ ବିବାଦ ଦେଖାଦେଇଥିଲା। କିନ୍ତୁ ଏଥର ଭାଇରାଲ ହୋଇଥିବା ଏହି ଭିଡିଓରେ ପ୍ରେମୀ ଯୁଗଳଙ୍କ ଅନୈତିକ କାର୍ଯ୍ୟ ନୁହେଁ, ବରଂ ୫/୬ ଜଣ ଅସାମାଜିକ ଯୁବକ ସେମାନଙ୍କ ଅସହାୟତାର ଫାଇଦା ଉଠାଉଥିବା ଦେଖାଯାଇଛି। ନୟାଗଡ଼ର କୌଣସି ଏକ ସାଇ ମନ୍ଦିର ପରିସରରେ ଏପରି ନିନ୍ଦନୀୟ ଘଟଣା ଘଟିଥିବା ଭିଡିଓର ଚିତ୍ର ଓ ବାର୍ତ୍ତାଳାପରୁ ସ୍ପଷ୍ଟ ହୋଇଛି।
ଭିଡ଼ିଓରୁ ଜଣାପଡ଼ିଛି ଯେ, ୨୦ରୁ ୨୫ ବର୍ଷ ବୟସ ମଧ୍ୟରେ ହୋଇଥିବା ଏହି ପ୍ରେମୀଯୁଗଳ ପରସ୍ପରକୁ ଭେଟିବାକୁ ମନ୍ଦିରକୁ ଆସିଥିଲେ। ଏହି ସମୟରେ ୫/୬ ଜଣ ଯୁବକ ମନ୍ଦିର ପରିସରରେ ଅନୈତିକ କାର୍ଯ୍ୟ କରୁଥିବା ଅଭିଯୋଗ କରି ଦୁଜଣଙ୍କୁ ଆଣ୍ଠେଇ ଦେଇଥିଲେ। ଏପରିକି ଦୁହିଁଙ୍କୁ ବାଡ଼ି ମାରିବା ସହିତ ଯୁବତୀଙ୍କୁ ମଧ୍ୟ ସ୍ପର୍ଶ କରୁଥିଲେ। ପ୍ରେମୀଯୁଗଳ ଯେତେ କାକୁତିମିନତି ହେଲେ ମଧ୍ୟ ଛାଡ଼ିନଥିଲେ। ସମସ୍ତ ଘଟଣାର ଭିଡିଓ ରେକର୍ଡିଂ କରିଥିଲେ। ୧ ମିନିଟ୍ ୪୯ ସେକେଣ୍ଡର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରି ବୁଲିଛି। ଯୁବତୀ ଜଣଙ୍କ ତାଙ୍କ ଘର ନୟାଗଡ଼ ବ୍ଲକ୍ ଅଞ୍ଚଳରେ କହୁଥିବା ବେଳେ, ଯୁବକ ଜଣଙ୍କ ତାଙ୍କ ଘର ଦଶପଲ୍ଲା ବ୍ଲକ ଅଞ୍ଚଳରେ କହୁଥିବା ଶୁଣିବାକୁ ମିଳିଛି। ଏହି ପ୍ରେମୀଯୁଗଳଙ୍କୁ ନିର୍ଯାତନା ଦେଇଥିବା ଅସାମାଜିକ ଯୁବକଙ୍କୁ ପୁଲିସ୍ ଧରି ଆଇନ ଅନୁଯାୟୀ ଦଣ୍ଡିତ କରିବାକୁ ସାଧାରଣରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/viral-1.jpg)