ନୃସିଂହନାଥରେ ପର୍ଯ୍ୟଟକଙ୍କ ହୃଦ୍‌ଘାତରେ ମୃତ୍ୟୁ

ପାଇକମାଳ : ବରଗଡ଼ ଜିଲ୍ଲା ପାଇକମାଳସ୍ଥିତ ପ୍ରସିଦ୍ଧ ନୃସିଂହନାଥ ପୀଠରେ ଶନିବାର ସକାଳ ୯ଟାରେ ଜଣେ ପର୍ଯ୍ୟଟକ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ମୃତକ ଜଣକ ନୂଆପଡ଼ା ଜିଲ୍ଲା ବେଲଟୁକୁରି ଗାଁର ରେଖୁରାମ ଚନ୍ଦ୍ରାକାର (୫୦)। ବନ୍ଧୁଙ୍କ ସହିତ ରେଖୁରାମ ଶିବରାତ୍ରି ପାଇଁ ଶୁକ୍ରବାର ନୃସିଂହନାଥ ପୀଠକୁ ବୁଲି ଆସିଥିଲେ। ମନ୍ଦିର ନିକଟରୁ ପାହାଚ ଚଢ଼ି ଦୁହେଁ ପଞ୍ଚୁପାଣ୍ଡବ ଘାଟକୁ ଯିବା ସମୟରେ ହଠାତ୍‌ ସେ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପାଇକମାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର