ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲା : ସବୁକୁ ବଳିଗଲା

ଘଣ୍ଟ ଘୋଡ଼ାଉଛନ୍ତି କାହିଁକିି? ଶାସନ, ପୁଲିସ, ଦଳକୁ ଅଡ଼ୁଆ

ଭୁବନେଶ୍ବର : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ବାଳଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ରହସ୍ୟ ଉେନ୍ମାଚନ କରିବାରେ ପୁଲିସ େଯତିକି ବିଳମ୍ବ କରୁଛି, ସେତିକି ଅଧିକ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହେବାରେ ଲାଗିଛି ଓ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। କେବଳ ସେତିକି ନୁହେଁ, ଏହି ଘଟଣାଟି ପଞ୍ଚାୟତସ୍ତରର ଏକ ମାମଲା େହାଇଥିଲେ ହେଁ, ଓଡ଼ିଶା ଶାସନ ବ୍ୟବସ୍ଥା ଓ ରାଜ୍ୟରେ ମହିଳା ସଶକ୍ତୀକରଣ ପ୍ରତି ମଧ୍ୟ ମାମଲାଟି ଆଙ୍ଗୁଳି ଉଠାଇଲାଣି। କାରଣ, ଏହା ଜଣେ ମହିଳା ସରପଞ୍ଚଙ୍କ ସ୍ବାମୀଙ୍କୁ ନେଇ ଜଡିତ। ଏମିତି କେତେ ପଞ୍ଚାୟତରେ ସରପଞ୍ଚଙ୍କ ସ୍ବାମୀ େଲାକ ପ୍ରତିନିଧିଙ୍କ କ୍ଷମତାକୁ ବ୍ୟବହାର କରୁଛନ୍ତି? ପଞ୍ଚାୟତରେ ସରପଞ୍ଚଙ୍କର ପୁଣି ପ୍ରତିନିଧି ବ୍ୟବସ୍ଥା ଅଛି କି? ଘଟଣାଟିକୁ େକନ୍ଦ୍ର କରି ରାଜ୍ୟର କୋଣ ଅନୁକୋଣରେ ଏମିତି ଚର୍ଚ୍ଚା ଆେଲାଚନା େଜାର ଧରିଲାଣି। ଅଥଚ ୪୮ ଘଣ୍ଟା ପରେ ମଧ୍ୟ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଏ ସଂପର୍କରେ କୌଣସି ପଦକ୍ଷେପ ନେଇନାହାନ୍ତି। ମନ୍ତ୍ରୀ ଚୁପ୍, ସଚିବ ବି।

ସେହିଭଳି ରାଜ୍ୟ ପୁଲିସ ପ୍ରଶାସନ ପାଇଁ ଏହି ପ୍ରସଙ୍ଗଟି ସମ୍ମାନର ପ୍ରଶ୍ନ ପାଲଟିଛି। େଗାଟିଏ ସମୟରେ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଜଣେ ମହିଳା ସହକର୍ମୀଙ୍କୁ ‘ନିେରାଳାରେ ଆସ’ କହିଥିବା ଅଭିେଯାଗରେ ପଦ ହରାଇଥିଲେ। ଏହି ମାମଲାରେ ପୁଲିସ ଘାଣ୍ଟି ଦେଇଥିଲା ମହେଶ୍ବରଙ୍କୁ। ପିପିଲି ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥୀଙ୍କୁ ପଦ ହରାଇବାକୁ ପଡିଥିଲା। ଏବେ କେଉଁ ପରିସ୍ଥିତିରେ ଜଣେ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସରେ ସରକାରୀ କାର୍ଯ୍ୟଦିବସରେ ଜଣେ ସରକାରୀ ଅଧିକାରୀଙ୍କର ମୃତ୍ୟୁ ହେଲା, ତାହାର ରହସ୍ୟ ଉନ୍ମୋଚନ କରାଯାଇନପାରିବା ରାଜ୍ୟବାସୀଙ୍କୁ ଆଚମ୍ବିତ କରୁଛି। କୌଣସି ନା କୌଣସି ଅଦୃଶ୍ୟ ଚାପରେ ପୁଲିସ ଚେପା େହାଇଯାଇଛି କି େବାଲି ଲୋକେ ଆେଲାଚନା ଆରମ୍ଭ କଲେଣି। ମହେଶ୍ବର ଓ ମହାରଥୀଙ୍କ ଠାରୁ ଆଉ କେଉଁ ଅଧିକ କ୍ଷମତାଶାଳୀ େନତାଙ୍କର ହାତ ରହିଛି େଯ ପୁଲିସ ଏ ମାମଲାକୁ ୪୮ ଘଣ୍ଟା ଧରି ଏପଟସେପଟ କରୁଛି, ମୁଖ୍ୟ ଅଭିଯୁକ୍ତ ପାଖରେ ପହଞ୍ଚି ପାରୁନାହିଁ, ତାହା ବୁଝାପଡୁନାହିଁ।

ଘଟଣା ପଛର ରହସ୍ୟକୁ ନେଇ େଯତିକି େଯତିକି େଖାଳତାଡ଼ କରାଯାଉଛି, ସେତିକି ଅଧିକ ପ୍ରଶ୍ନ ବୁଦ୍ଧିଜୀବୀ ମହଲକୁ ଆନ୍ଦୋଳିତ କରୁଛି। ପ୍ରଶ୍ନ ଉଠୁଛି, ହଠାତ୍ ହରିଦାସପୁର ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ର ଏତେ କ୍ଷମତାଶାଳୀ ହେଲେ କେମିତି? କାହା ବଳରେ ସେ ବଳିୟାନ୍? ଚା’ ବେପାରରୁ ହଠାତ୍ େକାଟିପତି ବନିଗଲେ? କେଉଁ କ୍ଷମତା ବଳରେ ସେ ସ୍ଥାନୀୟ ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ବାଳଙ୍କୁ ୧୬ ତାରିଖ ଦିନ ନିଜ େଗଷ୍ଟ ହାଉସକୁ ଡାକିଥିଲେ? ସେଦିନ ସ୍ମିତାରାଣୀ ଏକା ଯାଇଥିଲେ ନା ତାଙ୍କ ସହ ଆଉ କିଏ ଥିଲେ? ପୁଣି ସରକାରୀ କାର୍ଯ୍ୟ ଦିବସରେ? ଘଟଣାସ୍ଥଳରେ ଆଉ କୌଣସି ମହିଳା ଥିଲେ କି? ଭତ୍ତା ବଣ୍ଟା ଦିନ ଏମିତି କି ଆବଶ୍ୟକତା ପଡିଲା େଯ େଭାଜିର ଆେୟାଜନ କରାଗଲା? କାହା ଅର୍ଥରେ େଭାଜି କରାଯାଇଥିଲା? େଭାଜିରେ କିଏ କିଏ ଥିଲେ? ରାମକୋ ସିମେଣ୍ଟର କିଛି ଅଧିକାରୀ ଥିଲେ କି? ସମସ୍ତେ ମଦପାନ କରିଥିଲେ କି? ସ୍ମିତାଙ୍କୁ ଦୁଷ୍କର୍ମ ପାଇଁ ଉଦ୍ୟମ େହାଇଥିଲା କି? ଭିଡିଓ ରେକର୍ଡିଂ କରି ତାଙ୍କୁ ବ୍ଲାକମେଲିଂ କରିବାରୁ ସେ ଆତ୍ମହତ୍ୟା କଲେ କି? େଭାଜି ବେଳେ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ରୂପେଶ ତାଙ୍କ ସରପଞ୍ଚ ସ୍ତ୍ରୀଙ୍କୁ ନ ଡାକି ଭିଏଲଡବ୍ଲୁ ସ୍ମୀତାଙ୍କୁ ଗାଡିରେ ଏକୁଟିଆ ଆଣିଥିଲେ? ସର୍ବୋପରି ହରିଦାସପୁର ପଞ୍ଚାୟତ କାହା ଇସାରାରେ ଚାଲିଛି? ସରପଞ୍ଚ ପଞ୍ଚାୟତ ଚଳାଉଥିଲେ ନା ତାଙ୍କ ସ୍ବାମୀ? ଜିଲ୍ଲାପାଳ ଏକଥା ଜାଣିଥିଲେ ନା ନାହିଁ? ଏତେ ସବୁ ପ୍ରଶ୍ନ ଉପରେ ପୁଲିସ ତଦନ୍ତ ଆଗେଇବା ଲାଗି ସାଧାରଣରେ ଦାବି ଉଠୁଥିବା ବେଳେ ପୁଲିସ କାହିଁକି ଏହି ଘଟଣାରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଛି?

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରୂପେଶ ସ୍ଥାନୀୟ ନେତାଙ୍କୁ ଆୟୁଧ କରି ଏତେ କ୍ଷମତାଶାଳୀ େହାଇଯାଇଥିଲେ େଯ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନଙ୍କ ପର୍ଯ୍ୟନ୍ତ ତାଙ୍କର ପହଞ୍ଚ ଥିଲା। ରାଜ୍ୟ ସରକାରଙ୍କର ଏକାଧିକ ପ୍ରଭାବଶାଳୀ ମନ୍ତ୍ରୀଙ୍କ ସହିତ ରୂପେଶଙ୍କ ଘନିଷ୍ଠତାର ଫଟୋ ସ୍ଥାନୀୟ ଅଧିକାରୀମାନଙ୍କୁ ବି ଡରାଇ ଦେଇଥିଲା। ଏହି ଫଟୋକୁ େଦଖାଇ ସେ ନିଜ ପ୍ରଭାବ ବିସ୍ତାର କରୁଥିଲେ। ଯେଉଁଥିପାଇଁ ରୂପେଶ ଯେତେବେଳେ ଯେଭଳି ଇସାରା କରୁଥିଲେ, ସ୍ଥାନୀୟ ପ୍ରଶାସନ ସେମିତି ଢଙ୍ଗରେ ଚାଲିଥିଲା। କିନ୍ତୁ ଏତେ ବଡ଼ କଥା, ସ୍ଥାନୀୟ ପ୍ରଶାସନ ବା ରାଜ୍ୟ ସରକାରଙ୍କ ଗୁଇନ୍ଦା କିଭଳି ଜାଣିପାରିଲା ନାହିଁ ନା ସମସ୍ତେ ଜାଣି ନିରବ ସମର୍ଥନ େଯାଗାଇଥିଲେ? ଏ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରାୟ ସମସ୍ତେ ଅବଗତ। ରୂପେଶଙ୍କୁ ନେଇ ସେ ଅଞ୍ଚଳ ଉଠୁଥିଲା,ପଡୁଥିଲା। ଏଣୁ କେହି କିଛି ଜାଣିନଥିବା ନେଇ େଗାଟିଏ େଗାଷ୍ଠୀର ଚର୍ଚ୍ଚାକୁ ବୁଦ୍ଧିଜୀବୀ ଓ ସ୍ଥାନୀୟ େଲାକ ମାନିବାକୁ ନାରାଜ।

ଏହି ଘଟଣା କିନ୍ତୁ ଏବେ ଶାସକ ବିଜେଡି ପାଇଁ ମଧ୍ୟ ଏକ ଶିକ୍ଷାର ବିଷୟ େବାଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ରଖିଲେଣି। କାରଣ ଗତ ପଞ୍ଚାୟତ ନିର୍ବାଚନ ବେଳେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ହରାଇଥିଲେ ରୂପେଶଙ୍କ ପତ୍ନୀ। ଏହାସତ୍ତ୍ବେ ରୂପେଶଙ୍କୁ ବିଜେଡି ତାଙ୍କ ଦଳକୁ ଟାଣିନେଇଥିଲା। ଏବେ ସେହି ରୂପେଶ ବିଜେଡି ଦଳର ସମ୍ମାନ ଓ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଭାବମୂର୍ତିରେ କଣ୍ଟା ସାଜିଲେଣି। କେଉଁମାନେ ନିଜର ଫାଇଦା ପାଇଁ ବିଜେଡିର ଭାବମୂର୍ତିକୁ ବ୍ୟବହାର କରିଥିଲେ, ତାହା ଏବେ ଦଳୀୟ ମହଲରେ ମଧ୍ୟ ଗୁଞ୍ଜରଣ ସୃଷ୍ଟି କଲାଣି।

ସମ୍ବନ୍ଧିତ ଖବର