ବହୁ ଚର୍ଚ୍ଚିତ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ସିବିଆଇ ବା ଏସ୍ଆଇଟି ତଦନ୍ତ ଦାବି ଅଗ୍ରାହ୍ୟ

କୁନ୍ଦୁଲି ଓ ଇତିଶ୍ରୀ ମାମଲାର ଉଦାହରଣ ଦେଲେ ମନ୍ତ୍ରୀ
ସ୍ମିତାରାଣୀ ମାମଲାରେ ୩ ଦିନରେ ଅଭିଯୁକ୍ତ ଗିରଫ ହୋଇଛନ୍ତି
ଉତ୍ତରରେ ଅସନ୍ତୋଷ ପ୍ରକାଶ କରି କଂଗ୍ରେସର କକ୍ଷତ୍ୟାଗ

ଭୁବନେଶ୍ବର : ବିଧାୟକମାନେ ମନେ ପକାଇବା ଦରକାର ଯେ ନିକଟ ଅତୀତରେ ମହିଳା ସୁରକ୍ଷା ମାମଲାରେ ସେମାନେ ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥା ଉପରେ ସନ୍ଦେହ ବ୍ୟକ୍ତ କରିଥିଲେ। ଗୃହର ବହୁ ସମୟ ବରବାଦ ହେଲା। ବହୁ ଚର୍ଚ୍ଚିତ ଟିକିରି ମାମଲାରେ ସିବିଆଇ ତଦନ୍ତ େହାଇଥିଲା। କନ୍ଦୁଲି ଦୁଷ୍କର୍ମ ମାମଲାରେ ବିଚାର ବିଭାଗର ତଦନ୍ତ କରାଇଥିଲେ ସରକାର। େଶଷରେ ସରକାରଙ୍କ କହିଥିବା କଥା ହିଁ ସତ୍ୟ ପ୍ରମାଣିତ ହେଲା।

ବହୁ ଚର୍ଚ୍ଚିତ ସ୍ମିତାରାଣୀ ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ଦଳର ସବୁ ଅଭିେଯାଗକୁ ଖଣ୍ଡନ କରିଛନ୍ତି ସରକାର। ଉଭୟ ସିବିଆଇ ବା େକାର୍ଟ ତତ୍ତ୍ବାବଧାନରେ ଏସଆଇଟି ଦ୍ବାରା ତଦନ୍ତ ଦାବିକୁ ମଧ୍ୟ ଆଜି ଅଗ୍ରାହ୍ୟ କରିଦେଇଛନ୍ତି। କଂଗ୍ରେସ ଦଳର ମୁଲତବୀ ପ୍ରସ୍ତାବ ଆଲୋଚନା େଶଷରେ ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ ବାରମ୍ବାର ଆମ ପୁଲିସ ବିଭିନ୍ନ ମାମଲାରେ ଦକ୍ଷତାର ପରିଚୟ ଦେଇଛି। ନ୍ୟାୟ ପ୍ରଦାନ କରାଯାଇଛି। ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏହାକୁ ସୁନିଶ୍ଚିତ କରିବା ଲାଗି ସରକାର େଯ କୌଣସି ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ।

ଆଜି କଂଗ୍ରେସ ବିଧାୟକଙ୍କ ପ୍ରଶ୍ନର ଜବାବ ରଖି ବିଜେଡି ନେତାମାନେ ପାଲଟା ଉତ୍ତର ରଖିଥିଲେ। ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ ଯେ ସ୍ମିତାରାଣୀ ମୃତ୍ୟୁ ଘଟଣାର ରାଜନୀତିକରଣ କରାନଯାଉ। ରାଜନୀତି ବେଳେ ବେଳେ ବୁମେରାଂ ହୋଇଥାଏ । ଏହି ଘଟଣାରେ ଏତଲା ଦେଇଥିବା ସ୍ମିତାରାଣୀଙ୍କ ବାପା ଓ ଶ୍ବଶୁର ଅପମୃତ୍ୟୁ ବୋଲି ଲେଖିଛନ୍ତି। ଏହା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା। ଠିକ୍ ତଦନ୍ତ ହୋଇ ଦୋଷୀ ଦଣ୍ଡ ପାଇବା ଦରକାର। ମୁଖ୍ୟମନ୍ତ୍ରୀ ଏମିତି ଘଟଣାରେ କାହାରିକୁ କ୍ଷମା କରନ୍ତି ନାହିଁ। ଯଦି ବିରୋଧୀଙ୍କ ପାଖରେ କିଛି ପ୍ରମାଣ ଅଛି ପୋଲିସକୁ ଦିଅନ୍ତୁ। ସତ୍ୟ ନିଶ୍ଚୟ େଲାକ େଲାଚନକୁ ଆସିବ। ବିଧାୟକ ପ୍ରଫୁଲ୍ଲ ସାମଲ କହିଥିଲେ ଯେ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବିେରାଧୀ। ବିଜେପୁରବାସୀଙ୍କ ରାୟ ପରେ ବିରୋଧୀ ବିଚଳିତ େହାଇପଡିଛନ୍ତି। ବିଜେପୁରରେ ୯୫ହଜାରରୁ ଅଧିକ େଭାଟରେ େଲାକେ ବିଜେଡିକୁ ଜିତାଇଛନ୍ତି। ଆସ୍ଥାଭାବ ପ୍ରକଟ େହାଇଛି। ଅତୀତରେ କୁନ୍ଦୁଲି, ଇତିଶ୍ରୀ ମାମଲାର ତଦନ୍ତ ସିବିଆଇ, ବିଚାର ବିଭାଗୀୟ କମିସନଙ୍କୁ ଦିଆଯାଇଥିଲା। ଫଳ କଣ ହେଲା? ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ ଯେ ସିବିଆଇ େହଉଛି େକନ୍ଦ୍ର ସରକାରଙ୍କ ହାତର ଏକ ଅସ୍ତ୍ର। େକନ୍ଦ୍ରରେ ବିରୋଧୀ ଦଳ ପାଇଁ ଏହା ପ୍ରୟୋଗ ଲାଗି ରହିଛି। ଓଡ଼ିଶା ପୁଲିସ ଉପରେ ବିରୋଧୀ ଭରସା କରିବା ଶିଖନ୍ତୁ।

ଶ୍ରୀମତୀ ମଲ୍ଲିକ ଆହୁରି କହିଥିଲେ ଯେ ଦାବି ଅନୁସାରେ ମୁଲତବୀ ନୋଟିସ ଗ୍ରହଣ କରିଥିଲେ ବାଚସ୍ପତି। ସରକାର କୌଣସି ପ୍ରସଙ୍ଗରେ ପଛଘୁଞ୍ଚା ଦେଇ ନାହାନ୍ତି। ଯଦି କୌଣସି ଅଧିକ ତଥ୍ୟ ଥାଏ ତେବେ ବିଜେପି ଉଭୟ ପୋଲିସ, କୋର୍ଟକୁ ଦିଅନ୍ତୁ। ସିବିଆଇ ଆଗରୁ ଅନେକ ଘଟଣାର ତଦନ୍ତ କରିଛି। ରାଜ୍ୟ ପୋଲିସ ଯାହା ତଦନ୍ତ ଶୁଣାଇଛି ଶେଷରେ ସମାନ କଥା କହିଛି ସିବିଆଇ। ସେମାନେ ପରାମର୍ଶ ଦିଅନ୍ତୁ। କଣ ଅନ୍ୟାୟ ହୋଇଛି ଉପସ୍ଥାପନ କରନ୍ତୁ। ବିରୋଧୀ ଦଳ ହୋଇଛନ୍ତି ବୋଲି କଣ ଯାହା କହିବେ ତାହା ଗ୍ରହଣଯୋଗ୍ୟ ହେବ? ବିଜେପି କି କଂଗ୍ରେସର କାହାରି ଆନ୍ତରିକତା ନାହିଁ। ସିବିଆଇ ତଦନ୍ତ ନାଁରେ ଘଟଣାକୁ ଚପାଇ ଦେବାକୁ ଚାହୁଁଛନ୍ତି। ଏହି ଆଲୋଚନାରେ ବିଜେଡି ବିଧାୟକ ଅଶ୍ବିନୀ ପାତ୍ର ମଧ୍ୟ ଭାଗ େନଇ ବିେରାଧୀଙ୍କୁ କଡ଼ା ସମାେଲାଚନା କରିଥିଲେ ଓ ମୁଖ୍ୟମନ୍ତ୍ରୀ କିଭଳି ମହିଳା ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ସେକଥା କହିଥିଲେ।

ଆେଲାଚନା େଶଷରେ ମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ ଯେ ଅକ୍ଟୋବର ୧୬ ତାରିଖର ଏହି ମାମଲାରେ ମୂଳତଃ ଅପମୃତ୍ୟୁ ମାମଲା ରୁଜୁ େହାଇଥିଲା। ପୁଲିସ ଦକ୍ଷତାର ସହିତ ତଦନ୍ତ କରି ଘଟଣାର ତିନି ଦିନ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରକୁ ଗିରଫ କରିଛି। ଦଫା ୩୦୬ରେ ତାଙ୍କ ବିେରାଧରେ ମାମଲା ରୁଜୁ େହାଇଛି ଓ ତଦନ୍ତ ଜାରି ରହିଛି। ମନ୍ତ୍ରୀ କହିଥିଲେ ଯେ ମହିଳା ଓ ଶିଶୁଙ୍କ ନିର୍ଯାତନା ମାମଲାକୁ ସରକାର ଗମ୍ଭୀର ଦୃଷ୍ଟିରେ ଦେଖିଆସୁଛନ୍ତି। ଏସବୁ ମାମଲାରେ ଠିକଣା ସମୟରେ ତଦନ୍ତ ସାରି ଅଭିେଯାଗ ଫର୍ଦ ଦାଖଲ କରିବା ଲାଗି ସ୍ପଷ୍ଟ ନିର୍ଦେଶ ରହିଛି। ରାଜ୍ୟ ସରକାର ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ସବୁ ନିର୍ଯାତନା ମାମଲାକୁ ରେଡ ଫ୍ଲାଗ ମାନ୍ୟତା ଦେଉଛନ୍ତି। ସ୍ବତନ୍ତ୍ର ସରକାରୀ ଓକିଲ ନିଯୁକ୍ତି ଦିଆଯାଉଛି। ରେଡ ଫ୍ଲାଗ ମାମଲାରେ ଦଣ୍ଡାଦେଶ ହାର ୪୧.୪୮% ପ୍ରତିଶତ ରହିଛି। ଗତ ସାଢେ ତିନି ମାସ ମଧ୍ୟରେ ଅନୁଗୁଳ, କଟକ, ଜଗତସିଂହପୁର ଓ ମୟୂରଭଂଜରେ ୪ଜଣଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି । ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ବିଧାୟକମାନେ କକ୍ଷତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର