ଭୋଟର୍‌ ତାଲିକାରେ ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ : ନାଗରିକମାନଙ୍କୁ ସଚେତନ କରାଇବା ଉପରେ ଗୁରୁତ୍ୱ

ଭୁବନେଶ୍ବର : ସେପ୍ଟେମ୍ବର ମାସରୁ ଭୋଟର୍‌ ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସଦ୍ୟ ଭୋଟର୍‌ ତାଲିକାରେ ରହିଯାଇଥିବା ତ୍ରୁଟିଗୁଡ଼ିକୁ ଯାଞ୍ଚ୍ କରାଯାଇ ତ୍ରୁଟିଶୂନ୍ୟ ଭୋଟର୍‌ ତାଲିକା ପ୍ରସ୍ତୁତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ତେଣୁ ଏ ସମ୍ପର୍କ‌େର ନାଗରିକମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଗୁରୁ୍ତ୍ବାରୋପ କରିଛନ୍ତି। ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମସ୍ତ ଜିଲ୍ଲାପାଳଙ୍କ ସହ ଶ୍ରୀ ଲୋହାନୀ ଏ ସମ୍ପର୍କରେ ଆଲୋଚନା କରିଥିଲେ। ନାଗରିକମାନେ ଅଫ୍‌ଲାଇନ୍ ଓ ଅନ୍‌ଲାଇନ୍ ଜରିଆରେ ସେମାନଙ୍କର ଭୋଟର୍‌ ତାଲିକାରେ ଥିବା ତ୍ରୁଟିକୁ ନିଜେ ନିଜେ ସଂଶୋଧନ କରିପାରି‌େବ ଓ ତ୍ରୁଟି ନ ଥିଲେ ସେମାନେ ତାଙ୍କ ତଥ୍ୟ ଠିକ୍ ବୋଲି ଅପ୍‌ଲୋଡ୍‌ କରିବେ। ଭୋଟର୍‌ ତାଲିକାରେ ନାମ ଯୋଗ ନିମନ୍ତେ ଫର୍ମ ନଂ-୬, ନାମ ବାଦ୍ ନିମନ୍ତେ ଫର୍ମ ନଂ-୭ ଓ ତ୍ରୁଟି ସଂଶୋଧନ ନିମନ୍ତେ ଫର୍ମ ନଂ-୮ରେ ଆବେଦନ କରିପାରିବେ। ଭୋଟର୍‌ ସହାୟତା କେନ୍ଦ୍ର ଓ ବିଏଲ୍‌ଓ ନେଟ୍‌ ଆପ୍‌ ମାଧ୍ୟମରେ ମଧ୍ୟ ତ୍ରୁଟି ସଂଶୋଧନ କାର୍ଯ୍ୟ କରାଯାଇପାରିବ। ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍‌ଲାଇନ୍ ଡାଟା ଅପ୍‌ଲୋଡ୍‌ କରିବାକୁ ଶ୍ରୀ ଲୋାହନୀ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ। ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଅଭୟ କୁମାର ନାୟକ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ନୀତିରଞ୍ଜନ ସେନ୍‌ଙ୍କ ସ‌େମତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର