ଭିମସାର ସୁପରିଟେଣ୍ଡେଣ୍ଟ ଡ. ସପନ ମୁର୍ମୁଙ୍କ ହୃଦଘାତରେ ପରଲୋକ

ସମ୍ବଲପୁର: ବୁର୍ଲା ବୀରସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ ମେଡିକାଲସାଇନ୍ସ ଆଣ୍ଡ ରିସର୍ଚ୍ଚ( ଭିମସାର)ର ମେଡିକାଲ ସୁପରିଟେଣ୍ଡେଣ୍ଟ ତଥା ଦାୟିତ୍ୱରେ ଥିବା ନିର୍ଦ୍ଦେଶକ ଡ. ସପନ କୁମାର ମୁର୍ମୁଙ୍କର ଆଜି ହୃଦଘାତରେ ମୃତ୍ୟୁ ଘଟିଥିବା ଜଣାଯାଇଛିି। ଗତ ଦୁଇ ଦିନ ହେବ ଭିମସାରର ନିର୍ଦ୍ଦେଶକ ଡ. ଅଶ୍ୱିନୀ ପୁଜାରୀ ଛୁଟିରେ ଥିବାରୁ ଡ,ମୁର୍ମୁ ଭିମସାରର ନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ। ଆଜି ସକାଳେ ସେ ହଠାତ ହୃଦଘାତର ଶିକାର ହେବା ପରେ ତାଙ୍କ ଭିଏସଏସ ମେଡ଼ିିକାଲର ଆଇସିୟୁରେ ଲାଇଫ ସପୋର୍ଟ ରେ ରଖାଯାଇଥିଲା। ତେବେ ତାଙ୍କୁ ଚିକିତ୍ସିତ କରୁଥିବା ଡାକ୍ତରମାନେ କହିଛନ୍ତି ଯେ ଡ. ମୁର୍ମୁ କ୍ଲିନିକାଲି ମୃତ। ତେବେ ତାଙ୍କୁ ଔପଚାରିକ ଭାବେ ମୃତ ଘୋଷଣା କରାଯାଇ ନାହିଁ।
ସୂଚନାଯୋଗ୍ୟ ଯେ ଭିମସାରର ଶିଶୁରୋଗ ବିଭାଗୀୟ ମୁଖ୍ୟ ଡ. ସପନ କୁମାର ମୁର୍ମୁ(୫୭ ବର୍ଷ) ବର୍ତ୍ତମାନ ଭିଏସଏଓ ମେଡିକାଲ କଲେଜର ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ପ୍ରାୟ ୩ ମାସ ତଳେ ତାଙ୍କ ହାର୍ଟରେ ପେସମେକର ସ୍ଥାପନା କରାଯାଇଥିଲାଓ ଏହା ତାଙ୍କର ତୃତୀୟ ହାର୍ଟ ଆଟାକ୍‌ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର