ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ସାନ୍ତାଳୀ ଗୀତ ଗାଇଲେ ଆଇପିଏସ୍ ଅଧିକାରୀ ସାରା ଶର୍ମା, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ପୁଣି ଥରେ କଣ୍ଠଶିଳ୍ପୀ ଅବତାରରେ ସାମ୍ନାକୁ ଆସିଛନ୍ତି  ଆଇପିଏସ୍ ଅଧିକାରୀ ତଥା ଗଜପତି ଜିଲ୍ଲାର ପୁଲିସ ଏସପି ସାରା ଶର୍ମା। ଅନେକ ସମୟରେ ତାଙ୍କୁ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରାଉଥିବାର ଦେଖାଯାଇଥାଏ। ଯାହା ପାଇଁ ସେ ଅନେକ ଥର ଚର୍ଚ୍ଚାକୁ ମଧ୍ୟ ଆସି ସାରିଛନ୍ତି। ଏବେ ପୁଣି ଥରେ ସେ ଗୀତ ଗାଇ ଆଲୋଚନାର ପରିଧିକୁ ଆସିଛନ୍ତି ସେ । ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ କ୍ରୀଡ଼ାପ୍ରେମୀଙ୍କୁ ଉତ୍ସାହିତ କରିବା ପାଇଁ ସାନ୍ତାଳୀ ଭାଷାରେ ଗୀତ ରେକର୍ଡ କରିଛନ୍ତି ଏସପି ସାରା।

ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଛି କି, ସେ ଅନ୍ୟ କଳାକାରଙ୍କ ସହ  ରେକର୍ଡି ଷ୍ଟୁଡିଓରେ ହେଡଫୋନ୍ ଲଗାଇ ଗୀତ ଗାଉଛନ୍ତି । ଗୀତ ଗାଇବା ବେଳେ ସେ ପୂରା ମତୁଆଲା ହୋଇ ଗାଉଥିବା ଦେଖିବାକୁ ମିଳୁଛି।  ଗଜପତି ଜିଲ୍ଲାର ପୁଲିସ ଅଧୀକ୍ଷକ ଭାବେ କାମ କରୁଥିବା ସାରା ଶର୍ମା ବିଶେଷ ବିକାଶ ପରିଷଦ କପ ୨୦୨୦ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଗୀତ ଗାଇଥିବା ଜଣାପଡ଼ିଛି।  ମାର୍ଚ୍ଚ ୫ରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ହେବାକୁ ଥିବା ବେଳେ ସେ ନେଇ ରେକର୍ଡିଂ କାମ ଶେଷ ହୋଇଛି । ଭିଡିଓରେ ତାଙ୍କ ସହ ଅନ୍ୟ ଜଣେ ଗାୟକ ଓ ସଂଗୀତ ନିର୍ଦ୍ଦେଶକ ରହିଥିବା ଦେଖାଯାଇଛି।

ଏହି ଟୁର୍ଣ୍ଣାମଣ୍ଟେରେ ବିଭିନ୍ନ ଆଦିବାସୀ ସମୁଦାୟର ୬,୦୦୦ଫୁଟବଲ ଖେଳାଳି ଭାଗ ନେଇଥିବା ଜଣା ପଡ଼ିଛି। ମିଳିଥିବା ସୂଚନା ମୁତାବକ, ଏହା ପୂର୍ବରୁ ଗଜପତି ଜିଲ୍ଲାରେ ମହିଳାମାନଙ୍କର ସୁରକ୍ଷାକୁ ଆଖି ଆଗରେ ରଖି ‘ସି ଟିମ୍’ ନାମକ ଏକ ଗୀତ ରେକର୍ଡ କରିଥିଲେ ଆଇପିଏସ୍ ଅଧିକାରୀ ସାରା ଶର୍ମା।

ସମ୍ବନ୍ଧିତ ଖବର