ପୋଖରୀରେ ବୁଡ଼ି ୨ ସ୍କୁଲ୍ ଛାତ୍ର ମୃତ

ରାୟଗଡା: ରାୟଗଡା ବ୍ଲକ୍ ଅନ୍ତର୍ଗତ ମାଟିକଣା ଗ୍ରାମରେ ଗତକାଲି ସଂଧ୍ୟାରେ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ି ଯିବାରୁ ୨ ସ୍କୁଲ୍ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ଦୁଇ ହେଲେ ଅରେଶ ହିମିରିକା ଓ ସୁନୀଲ ହିମିରିକା। ଉଭୟଙ୍କ ବୟସ ୭ ବର୍ଷ। ଗତକାଲି ସ୍କୁଲ୍ ଛୁଟି ହେବା ପରେ ଅରେଶ ଓ ସୁନୀଲ ଘରକୁ ଫେରିଥିଲେ। ଘରେ ବହି ବସ୍ତାନି ରଖି ବାହାରକୁ ଶୌଚ ହେବାକୁ ଯାଇଥିଲେ। ଶୌଚ ପରେ ଉଭୟେ ପୋଖରୀରେ ଗାଧୋଉଥିବା ବେଳେ ଦୁର୍ଭାଗ୍ୟବଶତଃ ବୁଡ଼ି ଯାଇଥିଲେ। ଦୁଇ ଛାତ୍ର ନିଖୋଜ ଥିବା ଖବର ଗ୍ରାମରେ ପ୍ରଚାର ହେବା ପରେ ଗ୍ରାମବାସୀ ସଂଦେହରେ ପୋଖରୀ ଚାରି ପାର୍ଶ୍ବରେ ଖୋଜିଥିଲେ। କିନ୍ତୁ ରାତି ୧୧ଟା ପର୍ଯ୍ୟନ୍ତ ଉଭୟଙ୍କ କିଛି ଖୋଜ ଖବର ମିଳି ନଥିଲା। ଆଜି ସକାଳେ ଗ୍ରାମବାସୀ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ନିଖୋଜ ଛାତ୍ରଙ୍କ ପୋଷାକ ପୋଖରୀ କୂଳରେ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର