ନବରଙ୍ଗପୁର: ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗାସିଲ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଗାଁ ରେ ଥିବା ଏକ ପୋଖରୀକୁ ଶୌଚ ହେବାକୁ ଯାଇଥିବା ଦୁଇଜଣ ନାବାଳିକା ବୀର ଜାନିଙ୍କ ଝିଅ ଉମା ଜିନି ୬ ଓ ଲାଲୁ ଜାନିଙ୍କ ଝିଅ ଟଭା ଜାନି ୧୩ ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ଖବର ହସ୍ତଗତ ହୋଇଛି ।

ସୂଚନା ଅନୁଯାୟୀ ସନ୍ଧ୍ୟା ସୁଦ୍ଧା ଘରେ ପହଂଚି ନଥିବା ଜାଣି ଉଭୟ ଘର ଲୋକେ ଖୋଜାଖୋଜି କରିଥିଲେ । ଦୁଇଜଣ ଝିଅ ପୋଖରୀ ମଧ୍ୟରେ ବୁଡି ଯିବା ସନ୍ଦେହ କରି ଗ୍ରାମବାସୀ ପୋଖରୀରେ ପଶି ଖୋଜାଖୋଜି କରିବା ବେଳେ ଟଭା ର ମୃତ ଦେହ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ପରେ ତେନ୍ତୁଳିଖୁଣ୍ଟି ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କୁ ଖବର ଦେବା ପରେ ସେମାନେ ପହଂଚି ଉମା ଯାନୀ ର ଶବ କୁ ପୋଖରୀ ମଧ୍ୟରୁ ଉଦ୍ଧାର କରିଛନ୍ତି । ତେବେ ଉଭୟ ନାବାଳିକା ପୋଖରୀକୁ ଶୌଚ ହେବାକୁ ଯାଇଗୋଡ ଖସିବା ଦ୍ଵାରା ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ସନ୍ଦେହ କରାଯାଉଛି ।

ସମ୍ବନ୍ଧିତ ଖବର