ପୋଖରୀରେ ବୁଡ଼ିଗଲେ ଭାଇ, ଭଉଣୀ

କାଲିମେଳା: କାଲିମେଳା ଥାନା ଅନ୍ତର୍ଗତ କାଙ୍ଗୁରୁକୋଣ୍ତା ପଞ୍ଚାୟତର ସାଲମାରିକୋଣ୍ତା ଗ୍ରାମରେ ଘଟିଛି ଦୁଃଖଦ ଘଟଣା। ଗାଁ ନିକଟ ପୋଖରୀରେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି ଦୁଇ ସଂପର୍କୀୟ ଭାଇ, ଭଉଣୀ।  ମୃତକ ଦ୍ବୟ ହେଲେ ସାଲମାରିକୋଣ୍ତା ଗ୍ରାମର ଦେବା ମାଡ଼କାମୀଙ୍କ ୫ବର୍ଷର ପୁଅ ବିବେକ ମାଡ଼କାମୀ ଓ ଉସକାପାଲୀ ଗ୍ରାମର ବଜା ପଡ଼ିଆମୀଙ୍କ ୭ବର୍ଷର ଝିଅ  ରାମେ ପଡ଼ିଆମୀ। ସୂଚନା ଅନୁସାରେ,  ଦୁହେଁ ଗତକାଲି ଅପରାହ୍ନରେ ଗାଁ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଘରେ ଏନେଇ କାହାକୁ କିଛି କହି ନଥିଲେ। ପିଲାମାନେ ଖେଳୁଥିବା ଅନୁମାନ କରି ପରିବାର ଲୋକ ବି ସେତେଟା ଗୁରୁତ୍ବ ଦେଇ ନଥିଲେ। ତେବେ ସଂଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ପରିବାର ଲୋକଙ୍କ ଚିନ୍ତା ବଢ଼ି ଯାଇଥିଲା। ଖୋଜାଖୋଜି କରିବା ସତ୍ତ୍ବେ ଉଭୟଙ୍କ ସନ୍ଧାନ ମିଳିନଥିଲା। ଶେଷରେ ପୋଖରୀ କୂଳରେ ଉଭୟଙ୍କ ପୋଷାକ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖୋଜାଖୋଜି ପରେ ପାଣିରୁ ଦୁଇ ଜଣଙ୍କ ଶବ ଉଦ୍ଧାର କରାଯାଇଥିଲା। ଗତକାଲି ଅପରାହ୍ନରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର