ପୁରୀ ହାୱଡା ଶତାବ୍ଦୀ ଟ୍ରେନ ବଗି ଭିତରୁ ଝରୁଛି ପାଣି, ଯାତ୍ରୀ ହଟହଟା

ଭୂବନେଶ୍ୱର: ବାହାରେ ବର୍ଷା ଆଉ ବଗି ଭିତରେ ପାଣି | କିଛି ଏଭଳି ଦୃଶ୍ୟ ଏବେ ଦେଖିବାକୁ ମିଳିଛି | ସିଏ ପୁଣି ଶତାବ୍ଦୀ ଏକ୍ସପ୍ରେସରେ | ଯାତ୍ରୀଙ୍କ ପାଇଁ ରେଳ ଯାତ୍ରାକୁ ସୁଗମ କରିବା ପାଇଁ କେତେ କଣ ବ୍ୟବସ୍ଥା ହେଉଛି ବୁଲେଟ ଟ୍ରେନର ବାସ୍ତବ ରୂପ ନେବା ପୂର୍ବରୁ ପଦାରେ ପଡିଛି ରେଳ ମନ୍ତ୍ରାଳୟର ପାରିବାପଣିଆ | ରାଜଧାନୀ ଓ ଶତାବ୍ଦୀ ଭଳି ଟ୍ରେନକୁ ଆଧୁନିକ କରିବାକୁ ଯୋଜନା ହେଉଥିଲେ ବି ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ | ବର୍ଷା ଦିନେ ଶତାବ୍ଦୀ ଟ୍ରେନର ବଗି ଭିତରେ ପାଣି ଗଳୁଥିବାର ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ହାୱଡା ରୁ ପୁରୀ ଆସୁଥିବା ଶତାବ୍ଦୀ ଏକ୍ସପ୍ରେସରେ ପାଣି ଗଳୁଥିବାର ଦେଖିବାକୁ ମିଳିଥିଲା | ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା | ଏଠାରେ ସୂଚନା ଥାଉ କି ପାସେଞ୍ଜର ଓ ଅନ୍ୟ ଏକ୍ସପ୍ରେସ ଟ୍ରେନ ଠାରୁ ଶତାବ୍ଦୀ ଟ୍ରେନର ଭଡା ଅଧିକ ଥାଏ | ଅଧିକ ଭଡା ନେଇ ବି ଏଭଳି ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି |

ସମ୍ବନ୍ଧିତ ଖବର