ମହାନଦୀ, ବ୍ରାହ୍ମଣୀ, ବୈତରଣୀକୁ ବିପଦ

କାହା ଭୁଲ୍‌ରୁ ଅଟକିଛି କାନୁପୁର, ଲୋୟର ସୁକତେଲ, ବିବାଦ ଯେତିକି ଘନଉଛି, ପ୍ରକଳ୍ପ ଅଟକଳ ସେତିକି ବଢୁଛି, ସବୁ ପ୍ରମୁଖ ନଦୀ ପ୍ରଦୂଷିତ, ନିରାକରଣ ପାଇଁ ଚିନ୍ତା ନାହିଁ

ଭୁବନେଶ୍ବର : ଜଳାଭାବ ଆଶଙ୍କା ଥିବା େଦଶର ଯେଉଁ ୨୫୫ ଜିଲ୍ଲାକୁ କେନ୍ଦ୍ର ସରକାର ଚିହ୍ନଟ କରିଛନ୍ତି ‌ସେଥିରେ ରହିଛି େକନ୍ଦ୍ରାପଡ଼ା। ଜିଲ୍ଲାର ୯ଟି ବ୍ଲକ ମଧ୍ୟରୁ ୫ଟିରେ ଲୁଣିପାଣି। ଆଉ ୪ଟିରେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ମାଳ ମାଳ ନଦୀ ଏହି ଜିଲ୍ଲାକୁ େଘରି ରହିଥିଲେ ହେଁ ପରିସ୍ଥିତି ଉଦ୍‌ବେଗଜନକ ହେବାକୁ ଯାଉଛି। ତେଣୁ ଜିଲ୍ଲାକୁ େକନ୍ଦ୍ର ସରକାର ଜଳ ଶକ୍ତି ଅଭିଯାନ କାର୍ଯ୍ୟକ୍ରମରେ ସାମିଲ କରିଛନ୍ତି। ଫଳରେ ଏବେଠାରୁ ଜିଲ୍ଲାରେ ଜଳ ସଂରକ୍ଷଣ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ େହବ।

େକନ୍ଦ୍ରାପଡ଼ା ଜିଲ୍ଲାର ଏହି ଚିତ୍ର କେଉଁଠି ନା େକଉଁଠି ସତର୍କ କରାଇ େଦଉଛି ‌େଯ ଭବିଷ୍ୟତରେ ଓଡ଼ିଶାରେ େଘାର ଜଳ ସଙ୍କଟ ସୃଷ୍ଟି େହାଇପାରେ। କେବଳ ଏହି େଗାଟିଏ ନୁହେଁ, ମହାନଦୀରୁ କାଠଯୋଡ଼ି, କୁଆଖାଇ, ଦୟା, ଭାର୍ଗବୀ େଦଇ କୁଶଭଦ୍ରା ନଦୀକୁ ଜଳ ପ୍ରବାହିତ େହାଇଥାଏ। ଗତବର୍ଷ ଜଳସଂପଦ ବିଭାଗ ଆପ୍ରାଣ ଉଦ୍ୟମ କରିବା ପରେ ଦେଢ଼ ଦିନ ଏହି ନଦୀରେ ପାଣିରେ େଶଷ ଯାଏ ପହଂଚିପାରିଥିଲା। କୁଶଭଦ୍ରା ନଦୀ ମୃତ ନଦୀରେ ପରିଣତ େହବା ପାଇଁ ଆଉ ବେଶି ଦିନ ନାହିଁ।

ସେହିଭଳି କୁଆଖାଇରେ ଜଳପ୍ରବାହ େହଉନାହିଁ େବାଲି ଭୁବନେଶ୍ବର ସହରକୁ ପାଣି ଯୋଗାଣ ଲାଗି ପଳାଶୁଣୀ ନିକଟରେ ବାଲିବନ୍ଧ କରାଯାଇଛି। ମହାନଦୀରେ ଜଳପ୍ରବାହ କମିବା କାରଣରୁ ଏଥିରୁ ଜନ୍ମ ନେଇଥିବା ଅନେକ େଛାଟ େଛାଟ ନଈ େଯମିତିକି ପୁରୀ ଜିଲ୍ଲା େଦଇ ଯାଇଥିବା ମକରା, ଲୁଣା, ରତ୍ନଚିରା ଶୁଖିବାକୁ ଆରମ୍ଭ କଲେଣି।

ବ୍ରାହ୍ମଣୀ ନଦୀର େଜନାପୁର ଠାରୁ କେଲୁଅ ନଦୀପର୍ଯ୍ୟନ୍ତ ଜଳ ପ୍ରବାହ ଆଉ ନାହିଁ କହିଲେ ଚଳେ। କିଛି ବର୍ଷ ଅନ୍ତେ ଏହା ମୃତ ନଦୀରେ ପରିଣତ େହବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ େବାଲି ବିେଶଷଜ୍ଞମାନେ ଆଶଙ୍କା ବ୍ୟକ୍ତ କଲେଣି।

ବିଭିନ୍ନ ପରିସଂଖ୍ୟାନକୁ ନିେରଖି ଦେଖିଲେ, ଏକଥା ଜଣାପଡୁଛି େଯ ମହାନଦୀରେ ସମେତ ରାଜ୍ୟର ବିଭିନ୍ନ ନଦୀରେ ଜଳ ପ୍ରବାହ କମିବା ଆରମ୍ଭ କରିଛି। ଏସବୁ ନଦୀରେ ପ୍ରଦୂଷଣ ମାତ୍ରା ବଢ଼ିବାରେ ମଧ୍ୟ ଲାଗିଲାଣି। ନିକଟରେ େଖାଦ ରାଷ୍ଟ୍ରପତି ରାମନାଥ େକାବିନ୍ଦ ସଂସଦରେ ତାଙ୍କ ବକ୍ତବ୍ୟରେ ରଖିବା ବେଳେ ଗଙ୍ଗା ଭଳି ମହାନଦୀ ପ୍ରତି ସରକାର ସଚେତନ େହବା ଲାଗି ସତର୍କ କରାଇ ଦେଇଛନ୍ତି।

ଏମିତିରେ ବି ମହାନଦୀ, ବଂଶଧାରା, େପାଲାଭରମ୍ ଭଳି ତିନିଟି ବିବାଦକୁ ନେଇ ପଡ଼ୋଶୀ ରାଜ୍ୟ ସହିତ ଓଡ଼ିଶାର ବିବାଦ ବଢୁଛି ସିନା କମିବାର ନା ଧରୁନି। ଏପରିସ୍ଥଳେ ରାଜ୍ୟ ସରକାର ପ୍ରଦୂଷଣର ନିରାକରଣ, ନଦୀ ଜଳ ସଂରକ୍ଷଣ ଆଦି ଦିଗରେ େଯପରି ପଦକ୍ଷେପ ନେବା କଥା ତାହା ପରିଦୃଷ୍ଟ େହଉନାହିଁ। ବିେଶଷଜ୍ଞମାନଙ୍କ ମତରେ କେଉଁଠି ନା େକଉଁଠି ଓଡ଼ିଶାର ନଦୀ ବିେରାଧରେ ଏକ ବଡ଼ ଧରଣର ଷଡ଼୍‌ଯନ୍ତ୍ର ଆରମ୍ଭ ହୋଇଛି। କେବଳ ସେତିକି ନୁହେଁ, ରାଜନୈତିକ ଇଚ୍ଛାଶକ୍ତି ଅଭାବ କାରଣରୁ େଲାୟର ସୁକତେଲ୍, କାନୁପୁର ଭଳି ପ୍ରକଳ୍ପ େହାଇପାରୁନି। ଆଗକୁ ଯେ ସରକାର ବୃହତ ଜଳସେଚନ ପ୍ରକଳ୍ପ କରିବାରେ ସକ୍ଷମ େହବେ, ତାହାର ମଧ୍ୟ ଗ୍ୟାରେଣ୍ଟି ନାହିଁ।

ଉଦ୍‌ବେଗର ବିଷୟ େହଲା, ଛତିଶଗଡ଼ ସରକାର ମହାନଦୀ ଉପରମୁଣ୍ଡରେ ଶିଳ୍ପପତିଙ୍କୁ ପାଣି ଦେବା ପାଇଁ ପ୍ରକଳ୍ପ କରୁଛି ବୋଲି ଓଡ଼ିଶାରେ ପ୍ରବଳ ବିରୋଧ ହେଉଛି। ମହାନଦୀ ଶୁଖିଯାଉଥିବା ଘଟଣାରେ କେବଳ ରାଜ୍ୟବାସୀ ଆତଙ୍କିତ ତା ନୁହେଁ, ଏହାକୁ ନେଇ ଜନ ଆନ୍ଦୋଳନ ମୁଣ୍ଡ ଟେକିଲାଣି। ହେଲେ ମହାନଦୀ ପାଇଁ ଚିନ୍ତା ପ୍ରକଟ କରୁଥିବା ରାଜ୍ୟ ସରକାରଙ୍କର ଚିରସ୍ରୋତା ବୈତରଣୀ ନଦୀ େକ୍ଷତ୍ରରେ ଆଭିମୁଖ୍ୟ ଏବେ ବି ଅସ୍ପଷ୍ଟ ରହିଛି। ଚାଷୀ ଓ ନଦୀ ସଂଲଗ୍ନ ଅଞ୍ଚଳ ବାସିନ୍ଦାଙ୍କ ସ୍ୱାର୍ଥକୁ ପଛକୁ ଠେଲି ଦେଇ ବୈତରଣୀ ନଦୀର ପାଣିକୁ ଶିଳ୍ପପତିଙ୍କୁ ଟେକି ଦିଆଯାଇଥିବା ଅଭିେଯାଗ ଏବେ ଆନ୍ଦୋଳନ ଲାଗି ସ୍ଥାନୀୟ ଅଞ୍ଚଳରେ ଦାନା େଯାଗାଉଛି।

ବୈତରଣୀ ନଦୀର ବିଶେଷତ୍ୱ ହେଉଛି, ଏହି ନଦୀ ଓଡ଼ିଶାରୁ ବାହାରିଛି ଓ ଓଡ଼ିଶା ଉପକୂଳରେ ହିଁ ସମୁଦ୍ରରେ ମିଶିଛି। ଏଠି ବିବାଦ ନାହିଁ କି ଟ୍ରିବ୍ୟୁନାଲ ଗଠନର ଆବଶ୍ୟକତା ନାହିଁ। କୌଣସି ରାଜ୍ୟ ଚିରସ୍ରୋତା ବୈତରଣୀ ପାଣିକୁ ଅଟକାଇବାର ସୁଯୋଗ ନାହିଁ କିମ୍ବା ଏ ନଦୀ ମହାନଦୀ ଭଳି ଏତେ ଦୀର୍ଘ ନୁହେଁ ଯେ ଯାହା ପାଇଁ ସରକାରଙ୍କୁ ବହୁତ କିଛି କରିବାକୁ ପଡ଼ିବ। ତଥାପି ବୈତରଣୀ ସୁରକ୍ଷା ବଡ଼ ପ୍ରସଙ୍ଗ ଭାବେ ଉଭା ହେଲାଣି। ସ୍ଥାନୀୟ ବାସିନ୍ଦା ଓ ସମାଜସେବୀଙ୍କର ଅଭିଯୋଗ ହେଲା, ପ୍ରଶାସନ ଓ ଶିଳ୍ପ ସଂସ୍ଥା ବୈତରଣୀ ତଣ୍ଟି ଉପରେ ଖୋଜ ପକାଇ ଏହାର ଗତିେରାଧ କରୁଛନ୍ତି। ବୈତରଣୀ ପ୍ରତି ବିପଦ ଘନାଇବାରେ ଲାଗିଲାଣି।

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲାର ପାଖାପାଖି ୩୩ ହଜାର ୧୧୨ ହେକ୍ଟର ଜମିକୁ ରାଜ୍ୟ ସରକାର ଖଣିଜ କାରବାର ପାଇଁ ଲିଜ୍‌ରେ ଦେଇଛନ୍ତି। ଏ ମଧ୍ୟରେ ରହିଛି, ପ୍ରାୟ ୨୪ ହଜାର ୫୬୦ ହେକ୍ଟର ଜଙ୍ଗଲ ଜମିି। କିନ୍ତୁ ଏହାର ପ୍ରତିବଦଳରେ ଏକ ଚତୁର୍ଥାଂଶ ବା ୬ହଜାର ୨ଶହ ହେକ୍ଟର ଅଞ୍ଚଳରେ ଜଙ୍ଗଲ ସୃଷ୍ଟି ପାଇଁ ଅର୍ଥ ଦେଇଛନ୍ତି ବିଭିନ୍ନ କଂପାନି। ପରିଣାମ ହେଲା, ଏତେ ପରିମାଣର ଜଙ୍ଗଲ କ୍ଷୟର ଭୟାବହ ପ୍ରଭାବ ଆରମ୍ଭ ହେଲାଣି, ଯାହା ବୈତରଣୀ ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିଛି। ଦୁଇଟିି ବଡ଼ ବଡ଼ ଶିଳ୍ପ ସଂସ୍ଥା କେନ୍ଦୁଝରରୁ ପାରାଦୀପ ଯାଏ ପାଇପ ଯୋଗେ ଲୁହାପଥର ପରିବହନ କରୁଛନ୍ତି, ଯେଉଁଥିପାଇଁଁ ବ୍ୟାପକ ପରିମାଣର ଜଳ ବ୍ୟବହାର କରାଯାଉଛି। ଗୋନାସିକାରୁ ବାହିିରିଥିବା ଚିରେସ୍ରାତା ବୈତରଣୀ ଧୀରେ ଧୀରେ ଶୁଖିଯାଉଛି। ଫି ବର୍ଷ ଅକ୍ଟୋବର ଅଧାରୁ ଜୁନ୍‌ ମାସ ଯାଏ ବୈତରଣୀର ନଦୀ ଶଯ୍ୟା ଶୁଖିଯାଉଛିି।

ଓଡ଼ିଶାର ଗଙ୍ଗା ବୋଲି ବିବେଚନା କରାଯାଉଥିବା ଏହିି ନଦୀରେ ସ୍ନାନ କଲେ ପାପନାଶ ହୋଇଥାଏ ବୋଲି ପୁରାଣରେ ବର୍ଣ୍ଣନା ରହିଛି। ଏବେ ନଦୀରେ ସ୍ନାନ କରିବା ତ ଦୂରର କଥା, ନଦୀ ଶଯ୍ୟାରେ ରହିଥିବା ବିଭିନ୍ନ ଗଣ୍ଡ ଆଦିି ସ୍ଥାନରେ ବି ଅଣମୌସୁମୀ ସମୟରେ ପାଣି ରହୁନାହିଁ।

ବର୍ଷା ସମୟରେ ନଦୀ ଜଳକୁ ଅଟକାଇବା ଲାଗି ପ୍ରାୟ ୪୦ବର୍ଷ ତଳେ କାନୁପୁର ଡ୍ୟାମ୍‌ର ପରିକଳ୍ପନା କରାଯାଇଥିଲା। ଏହାର ଅନ୍ୟ ଏକ ଉଦ୍ଦେଶ୍ୟ ଥିଲା, ନଦୀର ଡାହାଣ ପାର୍ଶ୍ବରେ ପ୍ରାୟ ୪୮ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ କରାଇବା। ମାତ୍ର ଶିଳ୍ପସଂସ୍ଥାଙ୍କ ଲବି ପ୍ରଭାବରେ ଏହି ପ୍ରକଳ୍ପର ଭାଗ୍ୟ ଏଯାଏ ଫିଟି ପାରୁନଥିବା ଅଭିଯୋଗ ହେଉଛି।

ସରକାରୀ ତଥ୍ୟ ଅନୁସାରେ, ୨୦୦୪ ମାର୍ଚ ୨୩ ତାରିଖରେ ନିଜେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ତୃତୀୟ ଥର ପାଇଁ ଶୁଭ ଦେଇଥିଲେ। ୪୨୮ କୋଟି ଟଙ୍କା (୨୦୦୬ ମସିହା) ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପର ମୂଲ୍ୟ ଏବେ ୨୪୦୦ କୋଟି ଟଙ୍କାକୁ ଡେଇଁଯିବାକୁ ବସିଛି। ଇତିମଧ୍ୟରେ ଏହି ପ୍ରକଳ୍ପ ଲାଗି ପ୍ରାୟ ୧୪୦୦ କୋଟିରୁ ଅଧିକ ଟଙ୍କା ବ୍ୟୟ ସରିଲାଣି। ତଥାପି ପ୍ରକଳ୍ପର ଭାଗ୍ୟ କଣ ହେବ, ତାହା କେହି ଠଉରାଇ ପାରୁନାହାନ୍ତି।

ସରକାରଙ୍କ କାଳକ୍ଷେପଣ ନୀତି କାରଣରୁ ଏହି େଗାଟିଏ ପ୍ରକଳ୍ପ ଦିଗହରା େହାଇଛି ତା ନୁହେଁ, ଜଳ ସମସ୍ୟାର ସାମ୍ନା କରୁଥିବା ବଲାଙ୍ଗୀର ଜିଲ୍ଲା ସ୍ଥିତି ତା ଚାହିଁ ଖରାପ। କାହାର ଭୁଲ ଲାଗି ବଲାଙ୍ଗୀର ଜିଲ୍ଲା େଲାୟର ସୁକତେଲ ପ୍ରକଳ୍ପର ଭାଗ୍ୟ ଫିଟି ପାରୁନାହିଁ?

୧୯୯୬ ମସିହାରୁ େଲାୟର ସୁକତେଲ ପ୍ରକଳ୍ପର ପରିକଳ୍ପନା କରାଗଲାଣି। ବଲାଙ୍ଗୀର, ପୁଇଁତଳା, େଲାଇସିଂହା ବ୍ଲକକୁ ଜଳଯୋଗାଣ ପାଇଁ ମୂଳତଃ ପ୍ରକଳ୍ପ ପ୍ରସ୍ତୁତି ସମୟରେ ଚିନ୍ତା କରାଯାଇଥିଲା। ତେଲ ନଦୀର ଏହି ଶାଖା ନଦୀ ଉପରେ ପ୍ରସ୍ତାବିତ ପ୍ରକଳ୍ପକୁ ୨୦୦୧ ମସିହା ନଭେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେଇଥିଲେ। ପ୍ରକଳ୍ପର ମୂଳ ଖର୍ଚ୍ଚ ଅଟକଳ ଥିଲା ୨୧୭ େକାଟି ୧୬ଲକ୍ଷ। ଏହି ପ୍ରକଳ୍ପର ମୂଲ୍ୟ ୨୪୪୮ େକାଟି ୯ଲକ୍ଷ ଛୁଇଁଲାଣି। ୨୦୧୯ ମାର୍ଚ୍ଚ ସୁଦ୍ଧା ୧୩୩୭ େକାଟି ୮୮ଲକ୍ଷ ଟଙ୍କା ଖର୍ଚ୍ଚ େହାଇଛି। ଆଜି ଦିନର ବାସ୍ତବତା େହଉଛି କାମ ବନ୍ଦ େହାଇରହିଛି।

ସମ୍ବନ୍ଧିତ ଖବର