ଇନ୍ଦ୍ରାବତୀରୁ ଜଳସେଚନ ଓ ବିଜୁଳି ଉତ୍ପାଦନ ବନ୍ଦ : ଇନ୍‌ଟେକ୍‌ ୱେଲ୍‌ରୁ ପଙ୍କ ଉଦ୍ଧାର ଆରମ୍ଭ

ଜୟପାଟଣା : ଇନ୍ଦ୍ରାବତୀ ପ୍ରକଳ୍ପରୁ ଜଳସେଚନ ଓ ବିଜୁଳି ଉତ୍ପାଦନ ବନ୍ଦ ହୋଇଛି। ଏହା ସହିତ ଇନ୍‌ଟେକ୍‌ େଓ୍ଵଲ୍‌ରୁ ପଙ୍କଉଦ୍ଧାର କାମ ଆରମ୍ଭ କରାଯାଇଛି। ଗତ ୨୭ ତାରିଖରୁ ବିଜୁଳି ଉତ୍ପାଦନ ପାଣି ଅଭାବରୁ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ବେଳେ ଗତ ୧ ତାରିଖରୁ ହେବାକୁ ଥିବା ଜଳସେଚନ ମଧ୍ୟ ସମ୍ଭବ ହୋଇ ପାରିନାହିଁ। ଏବେ ୬ ତାରିଖରୁ ଇନ୍ଦ୍ରାବତୀରୁ ମୁରାନ୍‌ ଡିଭିଜନ୍‌ ସଟ୍‌ ଡାଉନ ନେଇ କୁମୁଡ଼ାସିଲ ପାର୍ଶ୍ୱବର୍ତ୍ତୀ ଇନ୍‌ଟେକ୍‌ ୱେଲ୍‌ ପାଖରୁ ଜମାଟ ବାନ୍ଧିଥିବା ପଙ୍କ ଓ କାଠ ଗଣ୍ଡି ଆଜି ସଫା କରାଯାଉଛି। ଏହି କାର୍ଯ୍ୟ ହେତୁ ୧୨ ତାରିଖ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଉତ୍ପାଦନକୁ ବନ୍ଦ ରଖି ସଫେଇ କାମ ଚାଲିବ ବୋଲି ଓଏଚ୍‌ପିସିର ମହା ପ୍ରବନ୍ଧକ ଆଶିଷ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର