ସବୁ ନିରାପତ୍ତା ମାନଦଣ୍ଡକୁ ପାଳନ କରୁଛୁ, କାରଖାନାର ଉତ୍ପାଦନ ପ୍ରଭାବିତ ହେବ ନାହିଁ : ଅଗ୍ନିକାଣ୍ଡ ସଂପର୍କରେ ବେଦାନ୍ତର ବୟାନ

ଭୁବନେଶ୍ୱର : ଗତ ୬ ତାରିଖରେ ବେଦାନ୍ତର ଝାରସୁଗୁଡା କାରଖାନାରେ ହୋଇଥିବା ଅଗ୍ନିକାଣ୍ଡ ପରେ  କାରଖାନାର ସ୍ମେଲଟର-୨ରେ ଥିବା ଗ୍ରୀନ ଆନୋଡ ପ୍ଲାଣ୍ଟ ବନ୍ଦ କରିବାକୁ ରାଜ୍ୟ ଫାକ୍ଟରୀ ଓ ବଏଲର ବିଭାଗ ସହକାରୀ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏ ପ୍ରସଙ୍ଗରେ କମ୍ପାନି ପକ୍ଷରୁ କୁହାଯାଇଛି ଯେ ଫାକ୍ଟରୀ ଆଇନ ଅନୁସାରେ ଆମେ ସବୁପ୍ରକାରର ନିରାପତ୍ତା ମାନଦଣ୍ଡକୁ ପାଳନ କରୁଛୁ । ପ୍ରଶାସନ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶକୁ କମ୍ପାନି ପାଳନ କରିବ । କିନ୍ତୁ ଏହା ଦ୍ୱାରା କାରଖାନାର ପରିଚାଳନା ଓ ଉତ୍ପାଦନ  କୌଣସି ପ୍ରକାରେ ପ୍ରଭାବିତ ହେବ ନାହିଁ ବୋଲି ବେଦାନ୍ତ, ଝାରସୁଗୁଡାର ମୁଖପାତ୍ର କହିଛନ୍ତି ।

ଗତ ୬ ତାରିଖ ପୂର୍ବାହ୍ଣ ୧୦ଟା ୪୫ରେ ଏହି ଅଗ୍ନିକାଣ୍ଡ ହୋଇଥିଲା ।  ଏହି ଘଟଣାରେ ଜଣେ ଶ୍ରମିକ ଆହତ ହୋଇ  ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ସମ୍ବନ୍ଧିତ ଖବର