ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ହୋଇପାରେ ଘଡ଼ଘଡ଼ି ସହ ବର୍ଷା!

0 588

ଭୁବନେଶ୍ୱର: ସମୁଦ୍ର ପତ୍ତନରେ ରହିଥିବା ମନ୍‌ସୁନ ଟ୍ରପ୍‌ର କେନ୍ଦ୍ର ବର୍ତ୍ତମାନ ଉତ୍ତରଦକ୍ଷିଣ ଦିଗରେ ହିମାଳୟର ପାଦଦେଶ ଆଡ଼କୁ ଗତି କରୁଛି। ପୂର୍ବ ବିହାର ଏବଂ ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗରରେ ଥିବା ଉତ୍ତର-ଦକ୍ଷିଣ ଟ୍ରପ୍‌ ବର୍ତ୍ତମାନ ଝାଡ଼ଖଣ୍ଡ ଏବଂ ଉତ୍ତର-ପୂର୍ବ ଓଡ଼ିଶା ଦେଇ ଅତିକ୍ରମ କରୁଥିବାରୁ ଏହାର ପ୍ରଭାବରେ ରାଜ୍ୟର ଉପକୂଳ ସମେତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ଣରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।

ଏଥିସହ ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହ ଅପରାହ୍ଣ କିମ୍ବା ସନ୍ଧ୍ୟା ଆଡ଼କୁ ଘଡ଼ଘଡ଼ି ଓ ପବନ ସହ ଅସରାଏ, ଦିଅସରା ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଭୁବନେଶ୍ୱର ଓ କଟକର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ସେଲସିୟସ୍‌ ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ସେଲସିୟସ୍‌ ରହିବାର ସମ୍ଭାବନା ଥିବା ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଗତକାଲି ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ରାଜ୍ୟ ଉତ୍ତର, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବହୁସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ସେଲସିୟସ୍‌ ଟିଟଲାଗଡ଼ ଠାରେ ରେକର୍ଡ କରା ଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୯ ଡିଗ୍ରି ସେଲସିୟସ୍‌ ଫୁଲବାଣୀ ଠାରେ ରେକର୍ଡ କରାଯାଇଛି।

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ସାମୁଦ୍ରିକ ଧୀବରମାନଙ୍କ ପାଇଁ ପାଣିପାଗ ଜନିତ ସେପରି କୌଣସି ବିଶେଷ ସୂଚନା ନାହିଁ ବୋଲି ଜାରି ସତର୍କ ସୂଚନାରେ କହିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସମ୍ବନ୍ଧିତ ଖବର

Leave A Reply

Your email address will not be published.