ଦୁର୍ଗାପୂଜାରେ ପାଗ ମୁଖ୍ୟତଃ ଶୁଖିଲା ରହିବ, କିଛିଟା ସ୍ଥାନାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦୁର୍ଗାପୂଜାରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ୭୨ଘଣ୍ଟା ଯାଏଁ ପାଗ ଶୁଖିଲା ରହିବ, ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ଯେମିତି କିଛି ବାରଣ କରାଯାଇ ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ସାମୁଦ୍ରିକ ଝଡ଼ ତିତ୍‌ଲି ପରେ ବଙ୍ଗୋପସାଗରେ ଆଉ ଏକ ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇ ପ୍ରଳୟଙ୍କାରୀ ବାତ୍ୟା ମାଡି ଆସୁଥିବାର ଯେଉଁ ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି, ତାହା ଏହା ଏକ ‘ଗୁଜବ’ ଓ ଉଡା ଖବର ବୋଲି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଟୁଇଟର ଜରିଆରେ ସ୍ପଷ୍ଟ କରି ଦେଇଛନ୍ତି।

ତେଣୁ ଏହି ସାମୁଦ୍ରିକ ଝଡ଼ ନେଇ କୌଣସି ଡରିବାର କାରଣ ନାହିଁ । ସୋସିଆଲ ମିଡିଆରେ କିଛି ଆଣ୍ଟି ସୋସିଆଲ ଏହି ଭଳି ମିଥ୍ୟା ଖବର ପ୍ରଚାର କରୁଛନ୍ତି, ତେଣୁ ଏନେଇ ସାବଧାନ ରୁହନ୍ତୁ ବୋଲି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିବା ଏଥିରେ ଆଦୌ ସତ୍ୟତା ନ ଥିବା ସ୍ପଷ୍ଟ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର