ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ହୋଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର କଟକ ଓ କେନ୍ଦ୍ରାପଡ଼ା। ଏହି ସମୟରେ ରାଜଧାନୀ ଭୁବନେଶ୍ୱର ପାଗ କାଉଁଳିଆ ରହିବା ସହ ତାପମାତ୍ର ୨୭ ଡିଗ୍ରି ସେଲ୍ସିୟସ୍ରୁ ୩୫ ଡିଗ୍ରି ସେଲ୍ସିୟସ୍ ମଧ୍ୟରେ ରହିବ ବୋଲି ସୂଚନା ରହିଛି।
ଆସନ୍ତା ପାଞ୍ଚ ଦିନ ମଧ୍ୟରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ଓ ଘଡ଼ଘଡ଼ି ଳାଗି ରହିବ ବୋଲି ସୂଚନା ରହିଛି। ଆଜି ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର କଟକ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଳାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ଆସନ୍ତାକାଲି ବଲାଙ୍ଗୀର, ନୂଆପଡ଼ା, କାଳହାଣ୍ଡି, କନ୍ଧମାଳ, ଗଞ୍ଜାମ, ନବରଙ୍ଗପୁର, ନୟାଗଡ଼, ଖୋର୍ଦ୍ଧା ଆଦି ଜିଳ୍ଲାରେ ବର୍ଷା ଓ ଘଡ଼ଘଡ଼ିର ପ୍ରଭାବ ରହିବ ବୋଲି ପୂର୍ବାନୁମାନ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ହେବାକୁ ଥିବା ଜିଳ୍ଲାଗୁଡ଼ିକରେ କୃଷକମାନଙ୍କୁ ସେ ସମୟରେ ବିଲକୁ ନ ଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ମତ୍ସଜୀବୀମାନଙ୍କୁ ମଧ୍ୟ ସମୁଦ୍ର ଭିତରକୁ ଯାଇ ମତ୍ସ୍ୟ ଧରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ମନା କରାଯାଇଛି।