୯ ଯାଏ କାଳବୈଶାଖୀ

ଭୁବନେଶ୍ବର: ଆସନ୍ତା ୫ ଦିନ ପାଇଁ ଓଡ଼ିଶାରେ ଜାରି ରହିବ କାଳବୈଶାଖୀ। ଏପ୍ରିଲ ୬ରୁ ଅର୍ଧାଧିକ ଜିଲ୍ଲାରେ ଝଡ଼ର ସମ୍ଭାବନା ରହିଛି। ବର୍ଷା ପରିମାଣ କମ୍‌ ରହିବ। ଘଣ୍ଟା ପ୍ରତି ୩୦ରୁ ୪୫ କିମି ବେଗରେ ପବନ ବୋହିପାରେ। ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରଭାବ ଅଧିକ ରହିବାକୁ ଥିବା ବେଳେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବଢ଼ିବ। ଅଧିକାଂଶ ସହରରେ ପାରଦ ୪୦ଡିଗ୍ରି ଉପରକୁ ଚାଲିଯିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ହେଉଛି ଯେ ଆସନ୍ତା ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଉତ୍ତର ଓ ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ଜିଲ୍ଲାରେ କାଳବୈଶାଖୀ ହୋଇପାରେ। ହାଲକା ବର୍ଷା ସହ ୨୦ରୁ ୩୦ କିମି ବେଗରେ ପବନ ହେବ। ୬ ତାରିଖ ଅପରାହ୍‌ଣଠାରୁ କୋହଲା ପାଗ ଲାଗି ରହିବ। ପବନର ବେଗ ବଢ଼ିବ। ବର୍ଷା ହୋଇନପାରେ। ୯ ତାରିଖ ସକାଳ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ। ଗତକାଲି ପରି ଆଜି ମଧ୍ୟ ୫ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ଟିଟିଲାଗଡ଼ ତାପମାତ୍ରା ୪୧ ଡିଗ୍ରିରେ ପହଞ୍ଚିଥିଲା। ଏଥିସହ ଝାରସୁଗୁଡ଼ାରେ ୪୦.୩ ଡିଗ୍ରି ଥିବା ବେଳେ ମାଲକାନଗିରି, ଭବାନୀପାଟଣା ଓ ବଲାଙ୍ଗୀରରେ ୪୦ ଡିଗ୍ରି ଲେଖାଏଁ ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର