ପାର୍ସଲ ବୋମା ବିସ୍ଫୋରଣ ପୀଡିତା ଏସ୍‌ସିବିରୁ ଡିସଚାର୍ଜ ହୋଇ ପ୍ରତିକ୍ରିୟା ରଖିଲେ, କହିଲେ ବାପ ଘରକୁ ଯିବି

ବଲାଙ୍ଗୀର/କଟକ : ଗତ ୨୩ ତାରିଖ ଦିନ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ବ୍ରହ୍ମପୁରାସ୍ଥିତ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରେ ଏକ ଅଭାବନୀୟ ଘଟଣା ଘଟିଥିଲା। ତାଙ୍କ ପୁଅର ବିବାହ ପରେ ଉପହାର ଖୋଲା ଚାଲିଥିବା ସମୟରେ ପାର୍ସଲରେ ଆସିଥିବା ବୋମା ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ନବବିବାହିତ ପୁତ୍ର ସୌମ୍ୟଶେଖର, ସଂପର୍କୀୟ ଜେଜେ ମା’ ଜେମା ମଣିଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପଟେ ନବବଧୂ ରୀମା ଗୁରୁତର ହୋଇ ଏସ୍‌ସିବିରେ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗରେ ଭର୍ତ୍ତି ହୋଇଥିଲେ। ଗୁରୁବାର ଅପରାହ୍ନରେ କଟକ ଏସ୍‌ସିବିରୁ ସେ ଡିସ୍‌ଚାର୍ଜ ହୋଇଛନ୍ତି। ତାଙ୍କ ଅବସ୍ଥା ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି ବୋଲି ଏସ୍‌ସିବି ମେଡିକାଲ୍‌ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ପ୍ରଫେସର ଡାକ୍ତର ଅନ୍ନଦା ପଟ୍ଟନାୟକ ସୂଚନା ଦେଇଛନ୍ତି। ବିସ୍ଫୋରଣରେ ରୀମାଙ୍କ ବାମପଟ ଆଖି ଆଘାତପ୍ରାପ୍ତ ହୋଇଥିଲା ଧିରେ ଧିରେ ତାଙ୍କର ଦୃଷ୍ଟିଶକ୍ତି ଫେରିବା ପରେ ତାଙ୍କୁ ସଂପୂର୍ଣ୍ଣ ସୁସ୍ଥ ଭାବେ ଡିସ୍‌ଚାର୍ଜ କରାଯାଇଛି।

ଏସ୍‌ସିବିରୁ ଡିସ୍‌ଚାର୍ଜ ହେବା ପରେ ରୀମା କହିଛନ୍ତି ଏବେ ସେ ତାଙ୍କ ଶାଶୁଘରକୁ ନଯାଇ ବାପା ଘରକୁ ଯିବେ। ସେଠାରେ ରହିବେ।

ସମ୍ବନ୍ଧିତ ଖବର