ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ୫୦ ଦିନ ପରେ ବାପ ଘରକୁ ଫେରିଲେ ରୀମା

ବୌଦ୍ଧ : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗୁରୁତର ଆହତ ହୋଇଥିବା ରୀମା ସାହୁ ଚିକିତ୍ସା ପରେ ତାଙ୍କ ବାପ ଘରକୁ ଫେରିଛନ୍ତି। ଗୁରୁତର ଆହତ ରୀମା ୫୦ ଦିନ ଧରି କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ। ସୁସ୍ଥ ହେବା ପରେ ଗୁରୁବାର ତାଙ୍କୁ ଡାକ୍ତରଖାନାକୁ ଡିସଚାର୍ଜ କରାଯାଇଥିଲା। ସେ ତାଙ୍କ ବାପା-ମାଙ୍କ ସହ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ାରେ ପହଞ୍ଚିଥିଲେ। ତାଙ୍କ ମୁହଁଁ ହାତ, ବେକରେ ପ୍ଲାଷ୍ଟିକ ସର୍ଜରି କରାଯାଇଛି। କାନରେ ମଧ୍ୟ କିଛି ସମସ୍ୟା ଥିବା ଏବଂ ଶୁଣିବାରେ କଷ୍ଟ ହେଉଥିବା ରୀମା ପ୍ରକାଶ କରିଛନ୍ତି। ବର୍ତ୍ତମାନ ସେ ମାନସିକ ଚାପରେ ରହୁଥିବାରୁ ବେଶି ସମୟ କଥାବାର୍ତ୍ତା କରିବାକୁ ପସନ୍ଦ କରୁ ନାହାନ୍ତି। ପୂର୍ବ ଘଟଣା ତାଙ୍କ ମାନସିକ ସ୍ଥିତିକୁ ଦୁର୍ବଳ କରି ଦେଉଥିବା ରୀମାଙ୍କ ବାପା ସୁଦାମ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର