ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ‘ସମ୍ବାଦ’ ପକ୍ଷରୁ ଅଭିନନ୍ଦନ

ଓଡ଼ିଶା ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ୧୯ ମେ (ଶନିବାର) ପ୍ରକାଶ ପାଇଛି। ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ‘ସମ୍ବାଦ’ ପକ୍ଷରୁ ଅଭିନନ୍ଦନ।

ସାରା ରାଜ୍ୟର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବାର ପରଂପରା ‘ସମ୍ବାଦ’ ପରିବାର କିଛି ବର୍ଷ ତଳୁୁ ଆରମ୍ଭ କରିିଛି। ଚଳିତ ବର୍ଷ ମଧ୍ୟ ଯୁକ୍ତ ଦୁଇ ପରୀକ୍ଷାର ପ୍ରଥମ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ରାଜ୍ୟର ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ଖୁବ୍‌ ଶୀଘ୍ର ସମ୍ବର୍ଦ୍ଧିତ କରାଯିବ। ଉକ୍ତ ଶ୍ରେଷ୍ଠ ୧୦୦ ଜଣ ଛାତ୍ରଛାତ୍ରୀ ଏହି ସମ୍ବର୍ଦ୍ଧନା ଉତ୍ସବ ସଂପର୍କରେ ଅଧିକ ସୂଚନା ପାଇବା ପାଇଁ ‘ସମ୍ବାଦ’ କାର୍ଯ୍ୟାଳୟ (ଅଂଶୁମାନ-୯୪୩୮୦୪୧୬୬୪, ଅନନ୍ତ-୯୧୭୮୭୬୭୫୩୬) ସହ ଯୋଗାଯୋଗ କରିବାକୁ ଅନୁରୋଧ।

ଶୁଭକାମନା ସହ
ସୌମ୍ୟରଂଜନ ପଟ୍ଟନାୟକ
ସଂପାଦକ

ସମ୍ବନ୍ଧିତ ଖବର