ଆଇପ୍ୟାଡ୍‌ ପାଇଁ ହଟହଟା ହେଲେ ପଶ୍ଚିମବଙ୍ଗ ମନ୍ତ୍ରୀ

ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆଇପ୍ୟାଡ୍‌ ନେଇ ପଶ୍ଚିମବଙ୍ଗର ମନ୍ତ୍ରୀ ସୁବ୍ରତ ଚୌଧୁରୀ ଆଜି ହଟହଟା ହୋଇଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରକୁ ସେ ଆଇପ୍ୟାଡ୍‌ ନେଇଥିବା ଜଣାପଡ଼ିବା ପରେ ତାଙ୍କୁ ଅପଦସ୍ତ ହେବାକୁ ପଡ଼ିଥିଲା। ଜଣେ ବରିଷ୍ଠ ଦଇତାପତିଙ୍କ ନିମନ୍ତ୍ରଣରେ ମନ୍ତ୍ରୀ ଶ୍ରୀ ଚୌଧୁରୀ ସପରିବାର ପ୍ରତିବର୍ଷ ପୁରୀକୁ ଆସନ୍ତି। ବାହୁଡ଼ା ଯାତ୍ରା ଦିନ ବିନା କୌଣସି ବାଧାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ସେ ଯିବା ସହିତ କର୍ଡ଼ନ ମଧ୍ୟରେ ତାଙ୍କ ପରିବାରକୁ ଦେଖିବାକୁ ମିଳିଥାଏ। ତେବେ ଚଳିତ ବର୍ଷ ତାଙ୍କୁ ଆଇପ୍ୟାଡ୍‌ ସହିତ ଶ୍ରୀଗୁଣ୍ଡିଚା ମନ୍ଦିରରେ ଦେଖିବାକୁ ମିଳିଥିଲା। ଏହା ଜଣାପଡ଼ିବା ପରେ ପୁଲିସ ତାଙ୍କୁ ବାହାରକୁ ଆଣି ତାଙ୍କଠୁ ଆଇପ୍ୟାଡ୍‌କୁ ଜବତ କରିଥିଲା। ଅବଶ୍ୟ ଯାଞ୍ଚ ବେଳେ ଶ୍ରୀଗୁଣ୍ଡିଚା ମନ୍ଦିରର କୌଣସି ଦୃଶ୍ୟ ରେକର୍ଡିଂ ହୋଇନଥିବା ଜଣାପଡ଼ିବା ପରେ ପୁଲିସ ତାଙ୍କ ଆଇପ୍ୟାଡ୍‌ ଫେରାଇ ଦେଇଥିଲା।

ସମ୍ବନ୍ଧିତ ଖବର