ହାଇକୋର୍ଟ ବେଞ୍ଚ ଆନ୍ଦୋଳନ : ବରଗଡ଼ରେ ସମାନ୍ତରାଳ ସମନ୍ବୟ କମିଟି ଗଠିତ

ବରଗଡ଼ : ପଶ୍ଚିମ ଓଡ଼ିଶାର ଯେକୌଣସି ସ୍ଥାନରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ବରଗଡ଼ ଠାରେ ଶୁକ୍ରବାର ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଆହ୍ବାନରେ ଅନୁଷ୍ଠିତ ଏହି ବୈଠକରେ ୫ଟି ଜିଲ୍ଲାର ୧୪ଟି ଓକିଲ ସଂଘର ସଦସ୍ୟ ଯୋଗ ଦେଇଥିଲେ। ହାଇ‌େକାର୍ଟ ବେଞ୍ଚ ଆ‌େନ୍ଦାଳନକୁ ଆହୁରି ତୀବ୍ରତର କରିବାକୁ ନିଷ୍ପତ୍ତି ହୋଇଛି। ବୈଠକରେ ସମ୍ବଲପୁର, ରେଢ଼ାଖୋଲ, ବୌଦ୍ଧ-କଣ୍ଟାମାଳ, ଡୁଂଗୁରିପାଲି, ରାମପୁର ସମେତ ବରଗଡ଼ ଜିଲ୍ଲାର ୮ଟି ଓକିଲ ସଂଘ ଯୋଗ ଦେଇଥିଲେ। ବଲାଂଗୀର ଓକିଲ ସଂଘ ଅନୁପସ୍ଥିତ ରହିଥିଲେ ହେଁ କ୍ରିୟାନୁଷ୍ଠାନ କମିଟିର ଉଦ୍ୟମକୁ ସ୍ବାଗତ କରିଛି।

ଅନ୍ୟପକ୍ଷରେ ଆଜିର ବୈଠକରେ ଗୋଟିଏ ସମାନ୍ତରାଳ ସମନ୍ବୟ କମିଟି ଗଠନ କରାଯାଇଛି। ଆଗାମୀ ଦିନରେ ଏହାକୁ ପରିବର୍ଦ୍ଧିତ କରାଯାଇ ପୁନର୍ବାର ସମସ୍ତ ଓକିଲ ସ˚ଘ ଗୁଡ଼ିକୁ ଏକତ୍ରିତ କରାଯିବ। ବୈଠକରେ ଉପସ୍ଥିତ ଥିବା ଓକିଲ ସଂଘ ଗୁଡ଼ିକ ନିଜର ପାଶ୍ବବର୍ତୀ ସଂଘଗୁଡ଼ିକୁ ଏଥିପାଇଁ ବିଚାର ବିମର୍ଶ କରିବେ ବୋଲି ସ୍ଥିର ହୋଇଛି। ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘ ନିଜନିଜ ଅଂଚଳରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଜାରି ରଖିଥିବା ଆ‌େନ୍ଦାଳନକୁ ବୈଠକରେ ନିନ୍ଦା କରାଯାଇନାହିଁ। ବରଂ ଏହାଦ୍ବାରା ସାମୂହିକ ଆନ୍ଦୋଳନ ପାଣିଚିଆ ହେଉଥିବା ବୈଠକରେ ମତପ୍ରକାଶ ପାଇଛି। ଜଷ୍ଟିସ ଯଶୱନ୍ତ ସି˚ କମିଟିର ସୁପାରିସ ଅନୁସାରେ ପଶ୍ଚିମ ଓଡିଶାର ପ୍ରଯୁଜ୍ୟ ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ କରାଯାଉ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା। ବରଗଡ଼ ନୂଆ ଆନ୍ଦୋଳନର ଚାବିକାଠି ହେବ ବୋଲି ବୈଠକରେ ମତ ପ୍ରକାଶ ପାଇଛି। ଡିଏସି ଆବାହକ ତଥା ବରଗଡ଼ ଜିଲ୍ଲା ଓକିଲ ସଂଘ ସଭାପତି ଅଶୋକ ଯୋଷୀ ବୈଠକର ଅଧ୍ୟକ୍ଷତା କରିଥିବାବେଳେ ଅନ୍ୟତମ ଆବାହକ ପଦ୍ମପୁର ଓକିଲ ସ˚ଘ ସଭାପତି ଯୋଗୀନ୍ଦ୍ର ଭୋଇ, ବରଗଡ଼ ଜିଲ୍ଲା ଓକିଲ ସ˚ଘ ସ˚ପାଦକ ଲିପସିତ ମିଶ୍ରଙ୍କ ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର