ହାଇକୋର୍ଟ ବେଞ୍ଚ ଆନ୍ଦୋଳନ: ୫ ଦିନ ହେଲା ସବୁ କିଛି ଠପ୍‌

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ ଓକିଲଙ୍କ ଆନ୍ଦୋଳନ ଯୋଗୁଁ ୫ ଦିନ ହେଲା ସରକାରୀ କାମ ଠପ୍‌ ହୋଇଯାଇଛି। ବ୍ୟାଙ୍କ, ଅଫିସ, ଅଦାଲତ ସବୁଠାରେ ତାଲା ଝୁଲୁଛି। କାରବାର ବନ୍ଦ ହେବା ଯୋଗୁଁ ବ୍ୟାଙ୍କଗୁଡ଼ିକୁ ଶହ ଶହ କୋଟି ଟଙ୍କାର କ୍ଷତି ହୋଇଥିବା ବେଳେ ଆନ୍ଦୋଳନ ପ୍ରତି ଜନ ସମର୍ଥନ ବଢ଼ିବାରେ ଲାଗିଛି। ଚାଷୀ, ଶ୍ରମିକ, ବ୍ୟବସାୟୀ, ବୁଦ୍ଧିଜୀବୀ, ମହିଳା ସଂଗଠନ, ସାମାଜିକ ଅନୁଷ୍ଠାନ ସମେତ ୬୦ରୁ ବେଶି ଅନୁଷ୍ଠାନର ସଭ୍ୟ ଓ କର୍ମକର୍ତ୍ତା ଆନ୍ଦୋଳନରେ ସାମିଲ ହୋଇଇନ୍ତି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପାଇଁ ଆନ୍ଦୋଳନ ଚାଲିଥିବା ବେଳେ ସମାନ୍ତରାଳ ଭାବେ କଟକ ହାଇକୋର୍ଟ ବାର୍‌ ଏସୋସିଏସନ ହାଇକୋର୍ଟରେ ଜଜ୍‌ ସଂଖ୍ୟା ବୃଦ୍ଧି, ଜଜ୍‌ ନିଯୁକ୍ତି ଦାବି କରି ଆନ୍ଦୋଳନକୁ ଓହ୍ଲାଇନ୍ତି। ସମାନ୍ତରାଳ ଓ ଉଦ୍ଦେଶ୍ୟମୂଳକ ଆନ୍ଦୋଳନକୁ ସମାଜର ସବୁ ବର୍ଗର ଲୋକେ ନିନ୍ଦା କରିବା ସହ ଉଦ୍‌ବେଗ ପ୍ରକାଶ କରିଥିଲେ। ହାଇକୋର୍ଟ ବାର୍‌ ଏସୋସିଏସନ୍‌ ପ୍ରମୁଖ ଓକିଲ ସଂଘ ହୋଇଥିବା ହେତୁ ନକରାତ୍ମକ ଆନ୍ଦୋଳନ ପରିତ୍ୟାଗ କରି ନ୍ୟାୟ ଓ ଅଧିକାର ହାସଲ ପାଇଁ ଉଦ୍ଦିଷ୍ଟ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନକୁ ସମର୍ଥନ କରନ୍ତୁ ବୋଲି ଆହ୍ଵାନ ଦିଆଯାଇଛି।

ସମ୍ବନ୍ଧିତ ଖବର