କୁଆ‌େଡ଼ ଯିବେ ବିଜୟ, ଦିଲ୍ଲୀପ?

ଭୁବନେଶ୍ବର/ମାର୍ଶାଘାଇ: ସମସ୍ତେ ଆମ ସହ ଅଛନ୍ତି, କେହି ଯାଇ ନାହାନ୍ତି। ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବିଜେପିକୁ ଫେରିବେ କି ବୋଲି ପ୍ରଶ୍ନରେ ଏମିତି ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟ ପ୍ରଭାରୀ ଅରୁଣ ସିଂହ। ଶ୍ରୀ ସିଂହଙ୍କ ଏଭଳି ମନ୍ତବ୍ୟ ରାଜ୍ୟ ରାଜନୀତିକୁ ଚର୍ଚ୍ଚାର ଖୋରାକ ଯୋଗାଇଛି। ବିଜୟ ଓ ଦିଲ୍ଲୀପ ବିଜେପିକୁ ଫେରିବା ନେଇ ଗତ କିଛି ଦିନ ହେଲା ଚାଲିଥିବା ଆଲୋଚନା ଆହୁରି ସରଗରମ ହୋଇଛି। ଅନ୍ୟପକ୍ଷରେ ବିଜୟ ଓ ଦିଲ୍ଲୀପଙ୍କୁ େନଇ ବିେଜଡି ଓ କେଂଗ୍ରସ ଶିବିରରେ ଅନୁରୂପ ଚର୍ଚ୍ଚା ଚାଲିଥିବାରୁ ବାସ୍ତବରେ ଏହି େନତାମାେନ କାହା ସହ ଯିବେ, େସ େନଇ ସବୁ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଲେଣି।

ଉଲ୍ଲେଖଯୋଗ୍ୟ, େକନ୍ଦ୍ରାପଡାର ବରିଷ୍ଠ େନତା ବିଜୟ ମହାପାତ୍ରଙ୍କ ରାଜନୈତିକ ନିଷ୍ପତ୍ତି ନେଇ ଏବେ ତାଙ୍କ ସମର୍ଥକମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ି ବଢ଼ି ଚାଲିଛି। ଦିଲ୍ଲୀପଙ୍କୁ ନେଇ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି େହାଇଛି। ନିବାର୍ଚନ ତାରିଖ ଘୋଷଣା ହେବା ପରେ ବି ଶ୍ରୀ ମହାପାତ୍ର ତାଙ୍କର ସମର୍ଥକମାନଙ୍କୁ ଅନ୍ଧାରରେ ରଖି ଚାଲିଛନ୍ତି। ସେ କେଉଁ ଦଳକୁ ଯିବେ, ତାହା ସ୍ପଷ୍ଟ ହେଉ ନଥିବାରୁ ତାଙ୍କର ଅନୁଗତମାନେ କେଉଁ କୂଳର ହୋଇପାରୁ ନାହାନ୍ତି। ଗତ ପ୍ରାୟ ୪ ମାସ ତଳୁ ବିଜେପିରୁ ଇସ୍ତଫା ଦେବା ପରେ ସେ ଖୁବ୍ ଶୀଘ୍ର ତାଙ୍କର ରାଜନୈତିକ ନିଷ୍ପତ୍ତି ଘୋଷଣା କରିବାକୁ କହିଆସୁଥିଲେ ହେଁ ଦିନ ଗଡିଚାଲିଛି। ଗତ ଡିସେମ୍ବର ମାସ ୧୨ ତାରିଖରେ ମାର୍ଶାଘାଇର ବାଘଡିଆ ସ୍ଥିତ ମା’ ଗୋଜବାୟାଣୀ ପୀଠରେ ଏକ ବିଶାଳ ସମାବେଶକୁ ଉଦ୍‌ବୋଧନ ଦେଇ ବିଜୟ ଖୁବ୍ ଶୀଘ୍ର ନିଷ୍ପତ୍ତି ଗ୍ରହଣ କରିବେ ବୋଲି କହିଥିଲେ। ହେଲେ ଏହା ପରେ କେତେବେଳେ ସେ ତାଙ୍କର ପୁରୁଣାଘର ବିଜେଡିକୁ ଫେରୁଥିବା ଖବର ପ୍ରଚାର ହେଉଥିବା ବେଳେ ଆଉ କେତେକ ସେ କଂଗ୍ରେସର ମଙ୍ଗ ଧରିବେ ବୋଲି ଶୁଣିବାକୁ ମିଳୁଛି। ବିଧାୟକ ଦିଲ୍ଲୀପ ରାୟ ଦିଲ୍ଲୀରୁ ଫେରିଲେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି କହିଥିବା ଶ୍ରୀ ମହାପାତ୍ର କିନ୍ତୁ ଅସମ୍ଭବ ନିରବତା ଅବଲମ୍ବନ କରୁଛନ୍ତି। ଷୋଡଶ ବିଧାନସଭା ନିବାର୍ଚନ ପାଇଁ କେନ୍ଦ୍ରାପଡାରେ ଆସନ୍ତା ଏପ୍ରିଲ ୨୯ ତାରିଖରେ ମତଦାନ କରାଯିବ। ହାତରେ ଆଉ ମାତ୍ର ୪୭ ଦିନ ବାକି। ନିବାର୍ଚନ ବିଗୁଲ୍‌ ବାଜିସାରିଥିଲେ ବି ତାଙ୍କର ଏପରି ନିରବତା ଅନୁଗତମାନଙ୍କ ପାଇଁ ମହଙ୍ଗା ପଡିବ େବାଲି ପର୍ଯ୍ୟବେକ୍ଷକ ମହଲ ମତ ରଖିଲେଣି।

ସମସ୍ତେ ଆମ ସହ ଅଛନ୍ତି, କେହି ଯାଇ ନାହାନ୍ତି: ଅରୁଣ ସିଂହ େଯାଗାେଯାଗରେ ଅଛନ୍ତି ବିେଜଡି, କେଂଗ୍ରସ

ଏମିତି ସ୍ଥିତିରେ ଆଜି ବିେଜଡିର ଜଣେ ବରିଷ୍ଠ େନତା ନିଜ ନାମ େଗାପନ ସର୍ତରେ କହିଛନ୍ତି, ମୁଖିଆ ନବୀନ ପଟ୍ଟନାୟକ ଦଳର ପୁରୁଣା େନତାଙ୍କୁ େଫରାଇ ଆଣିବା ସଂପର୍କରେ ବହୁ ପୂର୍ବରୁ ସଙ୍କେତ େଦଇଥିଲେ। ନବୀନ ପଟ୍ଟନାୟକଙ୍କ େନତୃତ୍ବକୁ ଯିଏ ଗ୍ରହଣ କରିବେ ଓ ଦଳର ଶୃଙ୍ଖଳା ମାନି ଚଳିବେ ଏବଂ ଦଳ ପାଇଁ ଉପଯୋଗୀ େହାଇଥିବେ, ତାଙ୍କ ପାଇଁ ବିେଜଡି ଦୂର ନୁହେଁ। ବିଜୟ ଓ ଦିଲ୍ଲୀପଙ୍କ େଯାଗଦାନ ସଂପର୍କରେ ନିଜେ ନବୀନ ପଟ୍ଟନାୟକ ହିଁ ନିଷ୍ପତ୍ତି େନବେ। ଅନ୍ୟପକ୍ଷରେ କେଂଗ୍ରସର ବରିଷ୍ଠ େନତାମାେନ ଶ୍ରୀ ମହାପାତ୍ରଙ୍କ ସହିତ େଯାଗାେଯାଗରେ ଥିବା ଜଣାପଡିଛି। ଏପରିକି ଏକାଧିକ ଥର ବୈଠକ ବସିଲାଣି। ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା େହଉଛି, େକନ୍ଦ୍ରାପଡା ରାଜନୀତିରେ ବୈଜୟନ୍ତଙ୍କ ଆବିର୍ଭାବ ପରେ ବିଜୟଙ୍କ ଗୁରୁତ୍ବ ଅବଶ୍ୟ ବୃଦ୍ଧି ପାଇଛି। ତାଙ୍କୁ େଯଉଁ ଦଳ ସାଙ୍ଗରେ ରଖିବ, ତା ପଥ ସୁଗମ େହାଇପାରେ। ଏଣୁ ବିେଜପି ତାଙ୍କ ସହିତ ସଂପର୍କ େଯାଡି ଏହି ଆସନ ଯଦି ହାତେଇ ନିଏ, ତେବେ ତାହା ବିେଜଡି ପାଇଁ ସବୁଠାରୁ ବଡ଼ ଘାତକ େହବ। କାରଣ, ଏହି ଆସନଟି ଆଜି ଯାଏ ଅଣକଂଗ୍ରେସ ହାତରେ ରହିଛି। ବିଜୟ ମହାପାତ୍ରଙ୍କ ରାଜନୈତିକ ନିଷ୍ପତ୍ତି ଘୋଷଣା ପରେ କେନ୍ଦ୍ରାପଡା ଲୋକସଭା ନିବାର୍ଚନ ମଣ୍ତଳୀ ବ୍ୟତୀତ ପାଟକୁରା ଓ ମହାକାଳପଡା ନିବାର୍ଚନମଣ୍ତଳୀରେ ନିବାର୍ଚନ ଫଳାଫଳ ପ୍ରଭାବିତ ହେବାକୁ ଅସ୍ବୀକାର କରାଯାଇପାରିବ ନାହିଁ। ୧୯୮୦ରୁ ୨୦୦୦ ପର୍ଯ୍ୟନ୍ତ କ୍ରମାଗତ ନିବାର୍ଚନ ଜିତି ଅପରାଜେୟ ଥିବା ବିଜୟ ମହାପାତ୍ରଙ୍କୁ ଗତ ୨୦୦୦ର ଦ୍ବାଦଶ ବିଧାନସଭାକୁ ଯିବା ବାଟ ବନ୍ଦ କରିଦିଆ ଯାଇଥିଲା। ତେବେ ସେହି ନିର୍ବାଚନରେ ବିଜୟ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତ୍ରିଲୋଚନ ବେହେରାଙ୍କୁ ସମର୍ଥନ ଦେଇ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପରବର୍ତୀ ସମୟରେ େକନ୍ଦ୍ରାପଡା ଆସନରେ ମଧ୍ୟ ତାଙ୍କ ଦଳ ଓଜିପି ପ୍ରାର୍ଥୀ ବିଜୟ ଲାଭ କରିଥିେଲ। େସହିଭଳି ଶ୍ରୀ ରାୟ ଏଥର ପ୍ରାର୍ଥୀ େହବେ ନାହିଁ େବାଲି ସୂଚାଇଥିଲେ। ଏବେ ଚର୍ଚ୍ଚା େହଉଛି, ଦିଲ୍ଲୀପଙ୍କୁ ବିଜେଡି େକନ୍ଦ୍ରାପଡାରେ ଆଣି ଲଢାଇପାରେ। ଏମିତି ହେଲେ ବୈଜୟନ୍ତଙ୍କୁ ଦଳ କଡା ଟକ୍କର ଦେଇପାରିବ ଓ ରାଉରକେଲାରେ ମଧ୍ୟ ଦଳର ପ୍ରଦର୍ଶନ େବଶ ଭଲ ରହିବ।

ଉଲ୍ଲେଖଯୋଗ୍ୟ, ଶ୍ରୀ ସିଂହ ଗଣମାଧ୍ୟମକୁ କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ରାଜ୍ୟରୁ ମୂଳପୋଛ ହୋଇଯିବ। ଅନ୍ୟ ଦଳର ବହୁ ନେତା ବିଜେପିକୁ ଆସିବାକୁ ଚାହୁଁଛନ୍ତି। ଏଥିପାଇଁ ବିଜେଡିରେ କମ୍ପନ ସୃଷ୍ଟି ହେଲାଣି। ଆସନ୍ତା ସପ୍ତାହକ ମଧ୍ୟରେ ବିଜେପି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରୁ ପ୍ରାର୍ଥୀ ହେବା ପ୍ରସଙ୍ଗରେ ଶ୍ରୀ ସିଂହ କହିଥିଲେ, ଏହି ନିଷ୍ପତ୍ତି ନିଜେ ପ୍ରଧାନମନ୍ତ୍ରୀ ଓ ଦଳର ସଂସଦୀୟ ‌େବାର୍ଡ ନେବ। କିନ୍ତୁ ଓଡ଼ିଶା ପ୍ରତି ମୋଦୀଙ୍କ ଭଲ ପାଇବା ବହୁତ ଅଛି। ବିଜେପି ଏଠାରେ ପୂରା ଦମ୍‌ରେ ଲଢ଼ିବ ଓ ଜିତିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର