ବିଜେଡି ନେତ୍ରୀ ସୁନିତା ବିଶ୍ବାଳଙ୍କୁ ଅଶ୍ଳୀଳ ହ୍ବାଟସ୍‌ଆପ୍‌ ମେ‌ସେଜ୍‌

ସୁନ୍ଦରଗଡ଼ : କଠୋର ଆଇନ, କଟକଣା ସତ୍ତ୍ବେ ଦୁଷ୍କର୍ମ, ଅସଦାଚରଣ, ନାରୀ ନିର୍ଯାତନା ହ୍ରାସ ପାଉନାହିଁ। ସ୍ମାର୍ଟ ଫୋନ୍‌ ଓ ସୋସିଆଲ ମିଡିଆ ଯୁଗରେ ଲୋକଙ୍କର ଏହି ଆଚରଣ ଏକ ପ୍ରକାର ଲଗାମହୀନ ହୋଇପଡ଼ିଛି। ତେବେ ଏପରି ଘୃଣ୍ୟ ହରକତର ସମ୍ମୁଖୀନ ଯେ କେବଳ ସାଧାରଣ ନିରୀହ ମହିଳା ହେଉଛନ୍ତି ତାହା ନୁହେଁ; ଶିକ୍ଷିତ, ପ୍ରଭାବଶାଳୀ ମହିଳା ବି ଏଥିରୁ ବାଦ୍‌ ପଡ଼ୁ ନାହାନ୍ତି। ଏପରି ଏକ ଅଶ୍ଳୀଳ ହରକତର ସମ୍ମୁଖୀନ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ତଥା ବିଜେଡି ନେତ୍ରୀ ସୁନିତା ବିଶ୍ବାଳ। ତାଙ୍କ ହ୍ବାଟସ୍‌ଆପ୍‌କୁ ଜଣେ ଯୁବକ କଦର୍ଯ୍ୟ ଅଶ୍ଲୀଳ ମେସେଜ୍‌ ପଠାଇଛି। ଏ ସମ୍ପର୍କରେ ସୁନିତା କହିଛନ୍ତି ଯେ, ମେସେଜ୍ ପଠାଇଥିବା ଉକ୍ତ ଯୁବକର ଠିକଣା ମିଳି ଯାଇଛି। ତା’ ଘର କଟକରେ ଓ ସେ ସମ୍ଭବତଃ ଭୁବନେଶ୍ବରର ଏକ ଇଂଜିନିୟରିଂ କଲେଜରେ ପଢ଼ୁଛି। ଏ ନେଇ ଆସନ୍ତାକାଲି ଭୁବନେଶ୍ବର ସାଇବର ଥାନାରେ ଏତଲା ଦେବେ ବୋଲି ସୁନିତା କହିଛନ୍ତି।

ସମ୍ବନ୍ଧିତ ଖବର