ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବିରଳ ଧଳା ଓ କଳା ମିଶ୍ରିତ ରଙ୍ଗର ମହାବଳ ବାଘ ଶୁଭ୍ରାଂଶୁ (୫)ର ଅବସ୍ଥାରେ ସାମନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ଗତକାଲି ତାକୁ ପ୍ରତିଷେଧକ ଟିକା ଓ ଆଣ୍ଟିଟ୍ରେସ ଔଷଧ ଦେବା ପରେ ଆଜି ତା’ ଦେହର ବୃଦ୍ଧି ପାଇଥିବା ଉତ୍ତାପ କମିଛି। ତାକୁ ଦିଆଯାଇଥିବା ମାଂସରୁ କିଛି ଖାଇଛି। ସ୍ବାସ୍ଥ୍ୟ କମିଟିର ସଦସ୍ୟମାନେ ଆଜି ଶୁଭ୍ରାଂଶୁ ରହିୁଥିବା ବାଘ ସଫାରୀର ୧୮ ନମ୍ବର କେଜ୍ ନିକଟକୁ ଆସି ତା’ର ସ୍ବାସ୍ଥ୍ୟ ନିରୀକ୍ଷଣ କରିଛନ୍ତି। ସ୍ବାସ୍ଥ୍ୟ କମିଟି ବିଶେଷଜ୍ଞ ତଥା ଓୟୁଏଟି ପ୍ରାଣୀ ଚିକିତ୍ସା ଔଷଧ ବିଭାଗର ମୁଖ୍ୟ ପ୍ରଫେସର ଡ. ନିରଞ୍ଜନ ସାହୁ, ନିଦାନ ବିଭାଗର ମୁଖ୍ୟ ପ୍ରଫେସର ଡ. ସୁଶେନ ପଣ୍ତାଙ୍କ ସହିତ ନନ୍ଦନକାନନ ଉପନିର୍ଦେଶକ ଜୟନ୍ତ ଦାସ,ବରିଷ୍ଠ ପ୍ରାଣୀ ଚିକିତ୍ସକ ଡ. ଆଲୋକ ଦାସ ଶୁଭ୍ରାଂଶୁର ସ୍ବାସ୍ଥ୍ୟ ନିରୀକ୍ଷଣ କରିଥିଲେ। ଓୟୁଏଟିର ଦୁଇ ବିଶେଷଜ୍ଞ ଶୁଭ୍ରାଂଶୁକୁ ଟ୍ରାଙ୍କୁଲାଇଜ୍ କରି ପ୍ରାଣୀ ଚିକିତ୍ସା କେନ୍ଦ୍ରର କ୍ବାରେଣ୍ଟାଇନ୍କୁ ଆଣି ସେଠାରେ ଚିକିତ୍ସା କରିବାକୁ ପରାମର୍ଶ ଦେଇଛନ୍ତି। ପରାମର୍ଶ ଅନୁସାରେ ତାକୁ କ୍ବାରେଣ୍ଟାଇନ ଆଇସିୟୁରେ ରଖାଯାଇ ସାଲାଇନ ଦିଆଯାଇଛି। ସଂପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ସେ ସେଠାରେ ରହିବ।
ଶୁଭ୍ରାଂଶୁ ଅବସ୍ଥାରେ ସୁଧାର, କ୍ୱାରେଣ୍ଟାଇନ ଆଇସିୟୁରେ ଚାଲିଛି ଚିକିତ୍ସା
/sambad/media/post_attachments/wp-content/uploads/2019/10/white.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)