ଭିନ୍ନ ମୁଡ୍‌ରେ ନବୀନ : ବିଜେଡି ପ୍ରାର୍ଥୀଙ୍କୁ ପ୍ରଶଂସା କଲେ, ବୈଜୟନ୍ତଙ୍କୁ ଚୂନ ମାରିଲେ

ଭୁବନେଶ୍ବର : ବିଜେଡିର ଚତୁର୍ଥ କିସ୍ତି ପ୍ରାର୍ଥୀ ତାଲିକା ଘୋଷଣା ବେଳେ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ଆଜି ଭିନ୍ନ ମୁଡରେ ଦେଖିବାକୁ ମିଳିଥିଲା। ୯ଟି ଯାକ ଲୋକସଭା ଆସନ ପ୍ରାର୍ଥୀଙ୍କୁ କାହିଁକି ସେ ମନୋନୀତ କରିଛନ୍ତି, ସେ ସଂପର୍କରେ ନବୀନ ସୂଚାଇଥିଲେ। ସମାନ୍ତରାଳ ଭାବେ କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରାଯିବା ସଂପର୍କରେ ନବୀନ ସୂଚନା େଦବା ବେଳେ ନାମ ନ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଚୂନ ମାରିବାକୁ ଭୁଲି ନଥିଲେ। କହିଥିଲେ, ମାଇନିଂ କଂପାନିରୁ ଦରମା ନେଇ ସତ୍ୟପାଠରେ ତଥ୍ୟ ଲୁଚାଇବେନି ଅନୁଭବ।

ବରିଷ୍ଠ ଆଇନଜୀବୀ ପିନାକୀ ମିଶ୍ରଙ୍କୁ ନାମକରା ସାଂସଦ ଭାବେ ଅଭିହିତ କରି ସେ ପୁରୀ ଆସନରୁ ଲଢିବେ େବାଲି ସୂଚନା େଦଇଥିଲେ। ଭୁବନେଶ୍ବର ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ସଂପର୍କରେ େଘାଷଣା କରିବା ବେଳେ ମୁମ୍ବାଇ ପୁଲିସ କମିସନର ପଦବିରେ ଥିବା ବେଳେ ତାଙ୍କର ଦକ୍ଷତା ସଂପର୍କରେ ଠାରିଥିଲେ ମୁଖିଆ। ଆଜି ଅପରାହ୍ନରେ ପ୍ରାର୍ଥୀ େଘାଷଣା େବଳେ ନବୀନ ଆହୁରି କହିଥିଲେ ଯେ ଜଣେ ପ୍ରତିଷ୍ଠିତ ଡାକ୍ତର ଭାବେ ଜଣାଶୁଣା ଦେବାଶିଷ ମାର୍ଣ୍ଡି ସ୍ଥାନୀୟ ଅଞ୍ଚଳର େଲାକଙ୍କ ସେବାରେ ବ୍ରତୀ ଅଛନ୍ତି। ସେ ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ରହି ଅନୁସୂଚିତ ଜନଜାତିଙ୍କ ପାଇଁ କାର୍ଯ୍ୟ କରୁଛନ୍ତି ଓ ସ୍ଥାନୀୟ ଅଞ୍ଚଳର କଳା ଓ ସଂସ୍କୃତିର ବିକାଶ ଲାଗି ବି। ବିଧାୟିକା ଥାଇ ବିତର୍କ ଭିତରେ ଥିବା ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କୁ କିନ୍ତୁ ନବୀନ ଆଜି ପ୍ରଶଂସା କରିଥିଲେ। ଜଣେ ନିଷ୍ଠାପର ପ୍ରଶାସିକା େବାଲି ଶର୍ମିଷ୍ଠା େସଠୀଙ୍କୁ ସାର୍ଟିଫିକେଟ୍ ଧରାଇ ବିେଜଡି ମୁଖ୍ୟ କହିଥିଲେ େଯ ବାଲେଶ୍ବର ସାଂସଦ ରବୀନ୍ଦ୍ର େଜନାଙ୍କ ସଂସଦରେ ପ୍ରଦର୍ଶନ ଆଖିଦୃଶିଆ ରହିଛି। ତାଙ୍କୁ ଏବେ େଶ୍ରଷ୍ଠ ସାଂସଦ ଭାବେ େଘାଷଣା କରାଯାଇଛି। ସେହିପରି ବିଜୁ ଏକ୍ସପ୍ରେସ, ଗୁରୁପ୍ରିୟା େସତୁ, ମହାନଦୀ ଉପରେ ଦ୍ବିତୀୟ ପୋଲ ଏବଂ ରାଜ୍ୟର ଉନ୍ନତ ରାସ୍ତାଘାଟର େଶ୍ରୟ ଆଜି ନବୀନ ପୂର୍ବତନ ପୂର୍ତ ସଚିବ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ନଳିନୀ ପ୍ରଧାନଙ୍କୁ େଦଇଥିଲେ।

ତେବେ ଅନୁଭବଙ୍କ ସଂପର୍କରେ ନବୀନଙ୍କ ଟିପପଣୀ ଅତ୍ୟନ୍ତ େରାଚକ ଥିଲା। ମୁଖ୍ୟମନ୍ତ୍ରୀ ବୈଜୟନ୍ତଙ୍କୁ ପରୋକ୍ଷରେ ସମାେଲାଚନାର ତୀର ମାରି କହିଥିଲେ, ଅନୁଭବ ସଂସଦରେ ମହାନଦୀ, ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଆଦି ପ୍ରସଙ୍ଗରେ ଅତ୍ୟନ୍ତ ଦୃଢ ଯୁକ୍ତି ଉପସ୍ଥାପନ କରିଛନ୍ତି। ଏବେ କିନ୍ତୁ େସ କେବଳ େକନ୍ଦ୍ରାପଡା ନିର୍ବାଚନମଣ୍ଡଳୀର େଲାକଙ୍କ ପାଇଁ କାମ କରିବେ। ସେ ଦାଖଲ କରିବାକୁ ଥିବା ସତ୍ୟପାଠରେ କିଛି ବି ଲୁଚାଇବେ ନାହିଁ। ମାଇନିଂ କଂପାନିରେ କାମ କରି ଦରମା େନବା, ଆଉ ତାକୁ ଲୁଚାଇବା ଭଳି କାର୍ଯ୍ୟ କରିବେ ନାହିଁ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ବିେଜଡି ତଥ୍ୟ ରଖି ଅଭିେଯାଗ କରିଥିଲା େଯ ବୈଜୟନ୍ତ ମାଇନିଂ କଂପାନିରୁ ଦରମା ନେଇଥିଲେ ହେଁ ଏହାକୁ ସତ୍ୟପାଠରେ ଦର୍ଶାଇନଥିଲେ। ଆଜି ନବୀନ ଏହି ମନ୍ତବ୍ୟ େଦଇ ପରୋକ୍ଷରେ ଜଣାଇ େଦଇଛନ୍ତି େଯ ଆଗକୁ ବିେଜଡି େକନ୍ଦ୍ରାପଡା ଆସନରେ ବଡ଼ ଲଢେଇ ଲଢିବାକୁ ପ୍ରସ୍ତୁତ।

ସମ୍ବନ୍ଧିତ ଖବର