ବୈଜୟନ୍ତ ବଦଳିଲେ କାହିଁକି? ବିେଜପିକୁ ଅସ୍ତବ୍ୟସ୍ତ କଲାଣି ଟ୍ବିଟ୍ ମାଡ଼
ଭୁବନେଶ୍ବର: ବିେଜଡି ସହିତ ସଂପର୍କ ବିଗିଡିବା ପରଠାରୁ ବିେଜପିକୁ ବୈଜୟନ୍ତ ଯାଇପାରନ୍ତି େବାଲି ଚର୍ଚ୍ଚା େଜାର ଧରିଥିଲା। ହେଲେ ଗତ କିଛି ଦିନ ଧରି ବୈଜୟନ୍ତଙ୍କ ଟ୍ବିଟ୍ ମାଡ଼ େଦଖି ଭିନ୍ନ ଆେଲାଚନା େଜାର ଧରିଲାଣି। ବୈଜୟନ୍ତଙ୍କ ପାଇଁ ବିଜେପି କବାଟ େଖାଲିଲାନି କି? ଏକଦା ବିଜେପିକୁ ପ୍ରଶଂସାରେ ପୋତି ପକାଇ ବିତର୍କ ଭିତରକୁ ଆସିଥିଲେ ବୈଜୟନ୍ତ। ହଠାତ୍ ବିେଜପିକୁ ଶାଣିତ ଆକ୍ରମଣ କରିବା ପଛରେ ଆଉ କି ରହସ୍ୟ ଅଛି? ଏମିତି କିଛି ପ୍ରଶ୍ନର ଉତ୍ତର େଖାଜୁଛନ୍ତି ରାଜନୈତିକ ପର୍ଯ୍ୟବେକ୍ଷକମାନେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ବଲାଙ୍ଗୀର ଗସ୍ତରୁ େଫରୁ େଫରୁ ବୈଜୟନ୍ତ ନିଜ ଟ୍ବିଟର୍ ପୃଷ୍ଠାରେ କଡା ଶବ୍ଦରେ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ଖେଳନା ବନ୍ଧୁକରୁ ବର୍ତ୍ତମାନ ଗୁଳିଚାଳନା କରାଯାଉଛି । ଜବାବରେ ଯେଉଁ ଆକ୍ରମଣ କରାଯାଉଛି ତାହା ବି ପ୍ରଭାବଶୂନ୍ୟ । ଏହା କେବଳ ଆତସବାଜୀ ଭଳି ଶବ୍ଦ କରୁଛି, ହେଲେ ଏଥିରେ ଗୋଳାବାରୁଦ ନାହିଁ। ସଂସଦରେ ଭୋଟିଂ ରେକର୍ଡକୁ ଅନୁଧ୍ୟାନ କଲେ ଏହା ସହଜରେ ଜାଣିହେବ। ଦୁର୍ନୀତି ଓ ଭ୍ରଷ୍ଟାଚାର ମାମଲାର ଅଗ୍ରଗତିକୁ ଦେଖିଲେ ମଧ୍ୟ ଜାଣିହେବ । ଉଭୟଙ୍କ ଫାଇଦା ରହିଛି, ଓଡିଶା କ୍ଷତି ସହୁଛି । ବୈଜୟନ୍ତଙ୍କ ଇସାରା ବିେଜପି ଓ ବିେଜଡି ଉଦ୍ଦେଶ୍ୟରେ, ଏକଥା ରାଜନୈତିକ ମହଲ ବୁଝିପାରୁଛନ୍ତି। ହେଲେ େମାଦୀଙ୍କୁ େଯଉଁଭଳି ସମାେଲାଚନା କରୁଛନ୍ତି, ତାହା ରାଜ୍ୟ ବିେଜପି ପାଇଁ ଅଧିକ ଘାତକ େହବ। କାରଣ, ବିଜୟ ଓ ଦିଲ୍ଲୀପ ଦଳ ଛାଡିବା ପରେ ବିେଜପି େନତାମାନେ ପ୍ରତିକ୍ରିୟାରେ ସୂଚାଇ ଦେଇଛନ୍ତି େଯ େସମାନଙ୍କର ଡିଏନଏ ଅଲଗା। ଅର୍ଥାତ୍ ସଂଘ ସଂପର୍କ ନାହିଁ। ଏବେ ବୈଜୟନ୍ତ ବିେଜପି ସଂପର୍କ ବିଗିଡିବା ପରେ କାରଣ ଏୟା ନା ଆଉ କିଛି? ପ୍ରଶ୍ନ ଉଠୁଛି, ଯଦି ବୈଜୟନ୍ତ, ବିଜୟ ଓ ଦିଲ୍ଲୀପ ତିଷ୍ଠି ପାରିଲେ ନାହିଁ, ତେବେ ଦଳରେ େଯାଗ ଦେଇଥିବା ଅନ୍ୟ େନତାମାନଙ୍କର ଭବିଷ୍ୟତ କଣ? ଏମାନଙ୍କୁ ବ୍ୟବହାର କରି ଦଳ ଫିଙ୍ଗି ଦେବନି ତ?
ଏହି ମହଲର ଆହୁରି କହିବା କଥା େହଉଛି, େମଣ୍ଟ ସରକାର ପୂର୍ବରୁ େଯଉଁମାନେ ବିେଜପିକୁ ଯାଇଥିଲେ, େସମାନଙ୍କ ମଧ୍ୟରୁ ଅନେକ ମେଣ୍ଟ ଭାଙ୍ଗିବା ପରେ ପୁଣି ବିେଜଡିକୁ େଫରି ଆସିଛନ୍ତି। ପୂର୍ବତନ ମନ୍ତ୍ରୀ େବଦ ପ୍ରକାଶ ଅଗ୍ରଵାଲଙ୍କ ଭଳି ଅନେକ େନତା ଏହି ତାଲିକାରେ ଆସିବେ। ସତରେ କଣ ବିେଜପିରେ ତିଷ୍ଠିବା କଷ୍ଟ େବାଲି ବୈଜୟନ୍ତ ଗଲେନି ନା ତାଙ୍କୁ ଦଳ ଗ୍ରହଣ କଲାନି? ବିେଜଡି ପ୍ରତି ବିେଜପିର ନରମ ଆଭିମୁଖ୍ୟକୁ ବ୍ୟବହାର କରି ତାଙ୍କୁ େଯ େଗରୁଆ ଦଳ ନେଲେନି, ଏକଥାକୁ ଏଡାଇ ଦେବା ଲାଗି ଏ ବାହାନା ନୁେହଁ ତ?
ପ୍ରକାଶଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଲାଙ୍ଗୀର ଗସ୍ତ ନେଇ ରାଜ୍ୟ ରାଜନୀତି ଗୁମ୍ସୁମ୍ ରହିଛି। ପ୍ରଧାନମନ୍ତ୍ରୀ ବିେଜଡି ସରକାର ବିେରାଧରେ ନିରବ ରହିବା ଘଟଣା ବିେଜପି େନତାଙ୍କ େଦହରେ ବିନ୍ଧି େହାଇଯାଇଛି। ଠିକ୍ ଏମିତି ସମୟରେ ବୈଜୟନ୍ତଙ୍କ ବାଣ କଟା ଘା’ରେ ଲୁଣ ଭଳି ପରିସ୍ଥିତି କଲାଣି। ଗତ କିଛି ଦିନ ତଳେ ଦିଲ୍ଲୀରେ ବୈଜୟନ୍ତ ନିଜ ପୁସ୍ତକ ଉନ୍ମୋଚନ ସମାରୋହରେ ବି େମାଦୀଙ୍କୁ ସମାଲୋଚନା କରିଥିଲେ। କହିଥିଲେ, ରାଜ୍ୟରେ କଂଗ୍ରେସକୁ ଦ୍ୱିତୀୟ ସ୍ଥାନରୁ ହଟାଇ ଚୁପ୍ ବସିଛି ବିଜେପି। ପୂର୍ବରୁ ବିଜେଡ଼ିରେ ଥିଲା ବେଳେ ଏବଂ ବିଜେଡିରୁ ଇସ୍ତଫା ଦେବା ପରେ ବିଜେପି ସପକ୍ଷରେ ଯଥେଷ୍ଟ ଓକିଲାତି କରିଥିଲେ ବୈଜୟନ୍ତ ପଣ୍ଡା। ବିଜେପିର ସ୍ଥିତିକୁ ପ୍ରଶଂସା କରି ଖବରକାଗଜରେ ଲେଖା ଲେଖିବା ପର୍ଯ୍ୟନ୍ତ ସବୁଥିରେ ବିଜେପି ପାଇଁ ଅହେତୁକ ଆଗ୍ରହ ବେଶ ବାରି ହୋଇପଡୁଥିଲା ।