କରୋନା ମୁକାବିଲା ନେଇ ଓଡ଼ିଶାର ମଡେଲକୁ କାହିଁକି ପ୍ରଶଂସା କରାଯାଉଛି ଜାଣନ୍ତୁ

ଭୁବନେଶ୍ୱର: କରୋନା ମୁ୍‌କାବିଲା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ବିଗତ ୨ ମାସ ହେବ ଏହି ମାରାତ୍ମକ ରୋଗରୁ ବର୍ତ୍ତିବା ପାଇଁ ରାଜ୍ୟ ସରକାର ପଂଚାୟତସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତରରେ ସଚେତନତାମୂଳକ ପଦକ୍ଷେପ ନେଇଛନ୍ତି । ଜାତୀୟ ହାର ତୁଳନାରେ ଓଡ଼ିଶାରେ କରୋନା ଜନିତ ସଂକ୍ରମିତ ବ୍ୟକ୍ତିଙ୍କ ହାର ଓ ମୃତ୍ୟୁ ହାର କମ।କେବଳ ସେତିକି ନୁ‌ହେଁ, ରାଜ୍ୟରେ ନମୁନା ପରୀକ୍ଷାର ହାର ମଧ୍ୟ ଦେଶଠାରୁ ଅଧିକ ରହିଛି। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଏ ପର୍ଯ୍ୟନ୍ତ ୩୫ଟି କୋଭିଡ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । ପ୍ରତି ଜିଲ୍ଲାରେ କୋଭିଡ-୧୯ ହସ୍ପିଟାଲ ଅଥବା କୋଭିଡ କେୟାର ସେଣ୍ଟର ନିର୍ମାଣ କରାଯାଇଛି । କୋଭିଡ଼ ରୋଗରେ ଓଡ଼ିଶାରେ ସୁସ୍ଥତା ହାର ୪୨.୭୮ ପ୍ରତିଶତ ରହିଛି, ଯାହାକି ଜାତୀୟ ହାରଠାରୁ ଭଲ ରହିଛି। ମୃତ୍ୟୁହାର .୪୬ ପ୍ରତିଶତ ରହିଛି। ରାଜ୍ୟରେ ବର୍ତ୍ତମାନ ୧୪ଟି ପରୀକ୍ଷାଗାରରେ ଟେଷ୍ଟିଂ କରାଯାଉଛି ଏବଂ ଟେଷ୍ଟିଂ କ୍ଷମ୍ତା ଦିନକୁ ୫୫୦୦କୁ ବୃଦ୍ଧି ପାଇଛି ସେହିପରି ୧୦୯ଟି ସ୍ୱତନ୍ତ୍ର ଟ୍ରେନ୍ରେ .୫୩,୭୩୮ ଜଣ ପ୍ରବାସୀ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପହଞ୍ଚିଛନ୍ତି ତେବେ ଅନ୍ୟ ପରିବହନ ମାଧ୍ୟମ ଜରିଆରେ ଓଡ଼ିଶା ଆସୁଥିବା ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ମୋ ସରକାର କଲ ସେଣ୍ଟର ଆରମ୍ଭ କରିଛନ୍ତି ଓଡ଼ିଶା ସଫଳତାର ସହିତ କରୋନା ମୁକାବିଲା କରିପାରିଥିବାରୁ ବାହାରେ ପ୍ରଶଂସା କରାଯାଉଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

 

ଓଡ଼ିଶାକୁ ପ୍ରଶଂସା କରାଯାଉଛି କାହିଁକି

-ଓଡ଼ିଶାରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହେବା ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା ।
-ରାଜ୍ୟ ସରକାର କରୋନା ମୁକାବିଲା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ ।
-ରାଜ୍ୟର ୬୭୯୮ଟି ପଂଚାୟତରେ କ୍ୱାରେଣ୍ଟାଇନ ସେଣ୍ଟର କରିଛନ୍ତି ।
-ସେହିଭଳି ରାଜ୍ୟରେ ୧୫ ହଜାରରୁ ଅଧିକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରିଛନ୍ତି ।
-ରାଜ୍ୟ ସରକାର ବୟସ୍କ, ଶିଶୁ, ଗର୍ଭବତୀ ଓ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର କ୍ୱାରେଣ୍ଟାଇନ ବ୍ୟବସ୍ଥା କରିଛନ୍ତି ।
-ବୟସ୍କ ଲୋକଙ୍କର ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି ।
-କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହାର ଜାତୀୟ ହାର ତୁଳନାରେ କମ ।
-ଓଡ଼ିଶାରେ ଆରସି ପିସିଆର ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।
-ରାଜ୍ୟରେ ଏପର୍ଯ୍ୟନ୍ତ ୧ ଲକ୍ଷ ୩୧ ହଜାର ୫୯୫ଟି ଆରଟି ପିସିଆର ନମୁନା ପରୀକ୍ଷା ହୋଇଛି ।
-ପଂଚାୟତ ସ୍ତରରେ ଜୋନ୍ ଚିହ୍ନଟ କରାଯାଇଛି ।
-ପଂଚାୟତସ୍ତରୀୟ କ୍ୱାରେଣ୍ଟାଇନ ସେଣ୍ଟରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ।
-ରାଜ୍ୟରେ ଏକ ଲକ୍ଷରର ଅଧିକ ଲୋକ କ୍ୱାରେଣ୍ଟାଇନ ଅବଧି ଶେଷ କରି ଘରକୁ ଯାଇଛନ୍ତି ।
-ଗତ ୨୦ ତାରିଖରେ ବାତ୍ୟା ସତ୍ତ୍ୱେ ଓଡ଼ିଶା କରୋନା ଭାଇରସକୁ ସଫଳ ମୁକାବିଲା କରିଛି ।
-କରୋନ ସମୟରେ ଆର୍ଥିକ ଗତିବିଧି ପୁଣି ଥରେ ଚାଲୁ ରଖିବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ।

ସମ୍ବନ୍ଧିତ ଖବର