ରାସନ ସାମଗ୍ରୀ ହଡ଼ପ : ଦୁଇ ପିଲାଙ୍କ ସହ ପଞ୍ଚାୟତ ସମ୍ମୁଖରେ ମହିଳାଙ୍କ ଧାରଣା

ଅସ୍ତରଙ୍ଗ: ଅସ୍ତରଙ୍ଗ ବ୍ଲକ ନଗର ପଞ୍ଚାୟତରେ କାବେରୀ ନାମକ ଜଣେ ମହିଳା ତାଙ୍କର ଦୁଇ ପିଲାଙ୍କୁ ନେଇ ପଞ୍ଚାୟତ ଅଫିସ ସମୁଖରେ ଧାରଣାରେ ବସିଛନ୍ତି | ପଞ୍ଚାୟତ ଅଫିସ୍ ରେ ଭତ୍ତା ବଣ୍ଟା ଚାଲିଥିବାରୁ ନିରୀହ ମହିଳାଙ୍କ ପ୍ରତି କାହାର ଏଯାଏଁ ନଜର ପଡିନି | ପ୍ରକାଶ ଥାଉ କି ମହିଳାଙ୍କ ରାସନ କାର୍ଡରେ ତିନି ବର୍ଷ ଧରି ରାସନ ସାମଗ୍ରୀ କିଭଳି ହରିଲୁଟ ହୋଇଛି|

ଡିଲର ତାଙ୍କୁ ସାମଗ୍ରୀ ଦେବାରେ ହଇରାଣ କରୁଛନ୍ତି | ବହୁ ସମୟରେ ଡିଲର ବାହାନା ଦେଖାଇ ତାଙ୍କୁ ଫେରାଇବା ଓ ସାମଗ୍ରୀ ଦେଉନଥିବା ମହିଳା ଜଣଙ୍କ ଅଭିଯୋଗ କରୁଛନ୍ତି |ବାତ୍ୟା ସହାୟତା ତାଙ୍କୁ ମିଳିନଥିବା ଓ ତାଙ୍କ ନାଁରେ କିଏ ଟିପ ଚିହ୍ନ ମାରି ଟଙ୍କା ଉଠେଇବା ସେ ଦାବି କରନ୍ତି | ସେ ଜଣେ ନିରାଶ୍ରୟ ମହିଳା, ତାଙ୍କୁ କେହି ସହଯୋଗ ନ କରିବାରୁ ପ୍ରଶାସନର ଉଚ୍ଚଅଧିକାରୀ ପର୍ଯ୍ୟନ୍ତ ପହ ଞ୍ଚି ପାରିନଥିବା ଜଣାଯାଏ| ମହିଳା ଜଣଙ୍କ ପୂର୍ବରୁ ଅଭିଯୋଗ କରି ଆସୁଥିବା ବେଳେ ଗତ ସପ୍ତାହରେ ଯୋଗାଣ ଅଧିକାରୀ ଅକ୍ଷୟ ସେଠୀଙ୍କ ସହ କଥା ହୋଇଥିଲେ|ସେ ପାରାଦୀପରେ ରହୁଥିବାରୁ ଗାଁକୁ ଆସିବା ପରେ ତଦନ୍ତ ହେବ ବୋଲି ଶ୍ରୀ ସେଠୀ କହିଥିଲେ|

ଜିଲ୍ଲା ଯୋଗାଣ ବିଭାଗର ସୂଚନା ମୁତାବକ ଅସ୍ତରଙ୍ଗରେ ରାସନ କାର୍ଡ କେଳେଙ୍କାରୀ ଓ ମହିଳାଙ୍କ ଚାଉଳ ହଡପ ଘଟଣା ଆଜି ତଦନ୍ତ ହେବାକୁ ଥିଲା |ଏକଥା ମହିଳା ଜଣଙ୍କ ସୂଚନା ପାଇବା ପରେ ସେ ପିଲାଛୁଆଙ୍କୁ ଧରି ନଗରରେ ପହଞ୍ଚିଛନ୍ତି | ତାଙ୍କ ସହ ଯୋଗାଣ ବିଭାଗ କିମ୍ବା ଡିଲର ଯୋଗାଯୋଗ ନକରିବାରୁ ସେ ଆଜି ପିଲାଛୁଆଙ୍କ ସହ ପଞ୍ଚାୟତ ଅଫିସ୍ ସମୁଖରେ ଧାରଣାରେ ବସିଥିଲେ |

ଖବର ପାଇ ପୁରୀ ଜିଲ୍ଲା ଯୋଗାଣ ଅଧିକାରୀ ତୁଷାରକାନ୍ତି ଦେଓ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି|ଅନ୍ୟପକ୍ଷରେ ମହିଳା ଜଣଙ୍କ ଜଣେ ବିଧବା |ସ୍ୱାମୀ ମରିଯିବା ପରେ କୌଣସି ଉପାୟ ନପାଇ ପିଲାଛୁଆଙ୍କୁ ବାପ ଘରେ ଛାଡି ନିଜେ ଅନ୍ୟର ସାହାରାରେ ପାରାଦୀପରେ ରହିଆସୁଛନ୍ତି|

ସମ୍ବନ୍ଧିତ ଖବର