କେନ୍ଦୁଝର: ସ୍ୱାମୀକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ସ୍ତ୍ରୀ

ଯୋଡ଼ା: ଗୁରୁବାର ରାତିରେ କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ବାମେବାରି ଥାନା ଅଧୀନ ସିଲଯୋଡ଼ା ଗ୍ରାମରେ ଜଣେ ସ୍ତ୍ରୀ ତାଙ୍କର ସ୍ୱାମୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି।

ମୃତ ସ୍ୱାମୀ ହେଉଛନ୍ତି ୪୦ ବର୍ଷିୟ ଦୟାଲ ମୁଣ୍ଡା।

ପୁଲିସ ଠାରୁ ମିଳିଥିବା ସୂଚନା ଅନୁସାରେ, ପତ୍ନୀ ମୁକ୍ତା ପରକୀୟ ପ୍ରୀତିରେ ଲିପ୍ତ ଅଛି ବୋଲି ଦୟାଲଙ୍କର ସନ୍ଦେହ ହେଉଥିଲା। ସେଥିପାଇଁ ପତିପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗୁଥିଲା ଓ ଦୟାଲ ମୁକ୍ତାଙ୍କୁ ମାରଧର କରୁଥିଲେ। ସେହି କାରଣରୁ ଉଭୟଙ୍କ ମଧ୍ୟରେ କାଲି ଝଗଡ଼ା ଲାଗି ଉଗ୍ରରୂପ ଧାରଣ କରିଥିଲା। ଶେଷରେ ନିର୍ଯାତନା ଅସହ୍ୟ ହେବାରୁ ମୁକ୍ତା ଏକ ଠେଙ୍ଗାରେ ଦୟାଲଙ୍କୁ ପିଟି ପିଟି ହତ୍ୟା କରିଥିଲା।

ଆଜି ସକାଳେ ଗ୍ରାମବାସୀଙ୍କ ଏ ସଂକ୍ରାନ୍ତରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର